www.samajalive.in
Tuesday, December 9, 2025
17.1 C
Bhubaneswar

ଜାଣନ୍ତୁ କେଉଁ ଦୃଶ୍ୟ ଦେଖିଲେ ମିଳିଥାଏ ପୁଣ୍ୟଫଳ

ଜୀବନରେ ପୁଣ୍ୟ ଓ ଲାଭ ପାଇବା ପାଇଁ ମନୁଷ୍ୟ ବହୁ ଧର୍ମ-କର୍ମ କରିଥାଏ। ଏହାସହ ପୁଣ୍ୟଫଳ ପ୍ରାପ୍ତି ପାଇଁ ବହୁ ତୀର୍ଥଯାତ୍ରା, ବ୍ରତ, ଧାର୍ମିକ ଅନୁଷ୍ଠାନକୁ ଯିବା, ଯଜ୍ଞ ଓ ପୂଜାପାଠ ଆଦି କରିଥାଏ। ଶାସ୍ତ୍ରରେ ମଧ୍ୟ ଏପରି ବହୁ କିଛି କଥା ବିଷୟରେ ବର୍ଣ୍ଣନା କରାଯାଇଛି ଯାହାକୁ କରିବା ଦ୍ୱାରା ବହୁ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ। ଗରୁଡ଼ ପୁରାଣରେ ପୁଣ୍ୟଫଳ ପ୍ରାପ୍ତି ପାଇଁ କିଛି କାର୍ଯ୍ୟ ବିଷୟରେ କୁହାଯାଇଛି। ଯାହାକୁ କେବଳ ଦର୍ଶନ କଲେ ବ୍ୟକ୍ତିଙ୍କୁ ପୁଣ୍ୟଫଳ ମିଳିଥାଏ….
ଗରୁଡ଼ ପୁରାଣ ଅନୁଯାୟୀ, ଗୋମୂତ୍ର, ଗୋବର, କ୍ଷୀର, ଗୋଧୂଳି, ଗୋଶାଳା, ଗାଈ ପାଦର ଶେଷ ଅଂଶ,ଫସଲ ଭର୍ତ୍ତି କ୍ଷେତ ଆଦିକୁ ଦେଖିଲେ ବହୁ ପୁଣ୍ୟ ମିଳିଥାଏ ବୋଲି କୁହାଯାଇଛି।
ଶାସ୍ତ୍ର ଅନୁଯାୟୀ ଗୋମୂତ୍ରକୁ ଖୁବ ପବିତ୍ର କୁହାଯାଏ। ଆୟୁର୍ବେଦରେ ଗୋମୂତ୍ରକୁ ବ୍ୟବହାର କରି ଔଷଧ ମଧ୍ୟ ପ୍ରସ୍ତୁତ କରାଯାଏ। କେତେକ ମାରାତ୍ମକ ରୋଗରୁ ଏହା ରକ୍ଷା କରିଥାଏ। ଏହାକୁ ଦର୍ଶନ କଲେ ବହୁ ପୁଣ୍ୟ ମିଳିଥାଏ ବୋଲି ମଧ୍ୟ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି।
ଗାଈଙ୍କୁ ଗୋମାତା ବୋଲି କୁହାଯାଏ। ତେଣୁ ଗାଈ ଗୋବରର ମଧ୍ୟ ବହୁ ଧାର୍ମିକ ମହତ୍ତ୍ୱ ରହିଛି। ଯେ କୌଣସି ସ୍ଥାନକୁ ପବିତ୍ର କରିବା ପାଇଁ ଗୋବରର ବ୍ୟବହାର କରାଯାଏ। କୁହାଯାଏ ଯେ, ଯଦି କେହି ପବିତ୍ର ମନରେ ଗୋବରକୁ ଦେଖେ ତେବେ ବହୁ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ।
ଗାଈର କ୍ଷୀରକୁ ଅମୃତ ବୋଲି କୁହାଯାଏ। ତେଣୁ ଗାଈ କ୍ଷୀରର ହଠାତ ଦର୍ଶନ ହେଲେ ମଧ୍ୟ ପୁଣ୍ୟ ମିଳିଥାଏ।
ଗାଈ ଯେଉଁ ସମୟରେ ଚାଲୁଥାଏ, ସେହି ସମୟରେ ତା’ ପାଦର ଶେଷ ଭାଗରୁ ବାହାରୁ ଥିବା ଧୂଳିକୁ ଗୋଧୂଳି ବୋଲି କୁହାଯାଏ। ଏହାକୁ ଦର୍ଶନ କଲେ ବହୁ ପୁଣ୍ୟଫଳ ମିଳିଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି।
ଯେଉଁ ସ୍ଥାନରେ ଗାଈ ରହିଥାଆନ୍ତି ତାହାକୁ ଗୋଶାଳା ବୋଲି କୁହାଯାଏ। ଯେଉଁମନୁଷ୍ୟ ଗୋଶାଳାରେ ଗାଈଙ୍କର ସେବା କରିଥାଏ, ତାହାଙ୍କୁ ଭଗବାନଙ୍କ କୃପା ପ୍ରାପ୍ତି ହୋଇଥାଏ।
ସେଭଳି କୌଣସି କାର୍ଯ୍ୟ ପାଇଁ ବାହାରକୁ ଯାଇଥିଲେ ଯଦି ଗାଈଙ୍କୁ ଖାଦ୍ୟ ଖାଉଥିବାର ଦେଖିବେ, ତେବେ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ।
ଫସଲ ଭର୍ତ୍ତି ଥିବା କ୍ଷେତ ପୁଣ୍ୟଫଳର ପ୍ରତୀକ ଅଟେ। ତେଣୁ ଏହାକୁ ଦେଖିବା ଦ୍ୱାରା ମଧ୍ୟ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories