www.samajalive.in
Monday, December 8, 2025
27.1 C
Bhubaneswar

ସୁପ୍ରିମକୋର୍ଟରେ ଭିଭିପାଟ୍‌ ଶୁଣାଣି; ନିର୍ବାଚନ ଆୟୋଗଙ୍କୁ ଜବାବ ତଲବ

ନୂଆଦିଲ୍ଲୀ: ନିର୍ବାଚନରେ ଭିଭିପାଟ୍‌ ମେସିନ୍‌ ବ୍ୟବହାର ପ୍ରତିବାଦରେ ଆଗତ ମାମଲାର ଶୁଣାଣି ଶୁକ୍ରବାର ସୁପ୍ରିମକୋର୍ଟରେ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ବିଚାର କରି ଏ ସମ୍ପର୍କରେ ଜବାବ ଦାଖଲ କରିବାକୁ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରିଛନ୍ତି। ଏଥିସହ କୋର୍ଟଙ୍କୁ ସହାୟତା କରିବା ଲାଗି ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୨୫  ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି।

ସୂଚନା ମୁତାବକ, ଭିଭିପାଟ୍‌ ବ୍ୟବହାର ପ୍ରତିବାଦରେ ୨୧ଟି ବିରୋଧୀ ଦଳ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେଲୁଗୁଦେଶମ୍‌ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ବରେ ଏହି ମାମଲା ଦାୟର କରାଯାଇଥିଲା। ଗତ ଫେବୃୟାରୀ ମାସରେ ବିରୋଧୀ ଦଳଗୁଡ଼ିକ ଇଭିଏମ୍‌ର ସଚ୍ଚୋଟତା ଉପରେ ପ୍ରଶ୍ନ ଉଠାଇବା ସହ ଏହାର ବ୍ୟବହାରକୁ ବିରୋଧ କରିଥିଲେ। କିନ୍ତୁ ନିର୍ବାଚନ ଆୟୋଗ ଏହାକୁ ଖଣ୍ଡନ କରିଥିଲେ। ଏବେ ବିରୋଧୀ ଦଳଗୁଡ଼ିକ ଆଗାମୀ ନିର୍ବାଚନ ଫଳାଫଳ ପ୍ରକାଶ ପୂର୍ବରୁ ମତଦାନର ୫୦ପ୍ରତିଶତ ଭିଭିପାଟ୍‌ ପେପର ସ୍ଲିପ ଗଣତି ଦାବି କରି ବିରୋଧୀମାନେ କୋର୍ଟରେ ପିଟିଶନ ଦାୟର କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories