www.samajalive.in
Monday, December 8, 2025
27.1 C
Bhubaneswar

ଗୁରୁଜନଙ୍କ ପ୍ରଦତ୍ତ ଶୁଭ ଓ ଅଶୁଭ ସଙ୍କେତ

ହିନ୍ଦୁ ଧର୍ମରେ ଅନେକ ଶୁଭ ଓ ଅଶୁଭ ସଙ୍କେତ ବିଷୟରେ ବର୍ଣ୍ଣନା କରାଯାଇଛି। ଗୁରୁଜନମାନେ ସର୍ବଦା ଶୁଭ ଓ ଅଶୁଭ ସଙ୍କେତ ବିଷୟରେ ଅନେକ କଥା ଜଣାଇ ଥାଆନ୍ତି। ତାହାକୁ ମାନି ଚଳିବା ଦ୍ବାରା ଜୀବନରେ କିଛି ଅସୁବିଧାର ସମାଧାନ ହୋଇଥାଏ। ଆସନ୍ତୁ ଜାଣିବା ସେହି ଶୁଭ ଓ ଅଶୁଭ ସଙ୍କେତ ସମ୍ବନ୍ଧରେ ..

ଘରୁ କୌଣସି ଶୁଭ କାର୍ଯ୍ୟ ନିମନ୍ତେ ବାହାରି ଯାଉଥିବା ବେଳେ ଦହି ଖାଇ ଯିବା ଉଚିତ।

- Advertisement -

କୌଣସି ଶୁଭ କାର୍ଯ୍ୟ ନିମନ୍ତେ ବାହାରି ଯାଉଥିଲେ କେବେ ବି କାହାକୁ ପଛରୁ ଡାକିବା ଅନୁଚିତ। କାରଣ ଏପରି କରିବା ଦ୍ବାରା ତାଙ୍କ ସହ ନକରାତ୍ମକ ଶକ୍ତି ଯାଇଥାଏ। କାର୍ଯ୍ୟ ଅସଫଳ ହୋଇଥାଏ।

ଘରୁ ବାହାରି ଗଲା ବେଳେ କେହି ଯଦି ଛିଙ୍କି ଦିଅନ୍ତି ତେବେ ତାହା ଅଶୁଭ ହୋଇଥାଏ।

ଛିଙ୍କିବା ଦ୍ବାରା ଅଶୁଭ ହୋଇଥାଏ ବୋଲି ଅନେକ କହିଥାଆନ୍ତି। କିନ୍ତୁ ଛିଙ୍କ ବେଳେବେଳେ ଶୁଭ ହୋଇଥାଏ। ଆସନ୍ତୁ ଜାଣିବା ଏହି ସମ୍ବନ୍ଧୀୟ କିଛି ଟିପଣୀ ବିଷୟରେ ..

ଭୋଜନ କରିବା ପୂର୍ବରୁ ଯଦି ଆପଣ ଛିଙ୍କନ୍ତି ତେବେ ତାହା ଅଶୁଭ ହେଇଥାଏ। ତେଣୁ ଅଶୁଭକୁ ଦୂରେଇବା ପାଇଁ ଛିଙ୍କ ପରେ​‌ କିଛି ସମୟ ରହି ଯାଆନ୍ତୁ। ତାପରେ ଭୋଜନ କରନ୍ତୁ।

ଯଦି କୌଣସି ନୂତନ ବସ୍ତୁ କିଣିବା ପାଇଁ ଯାଇଛନ୍ତି ସେହି ସମୟରେ ଛିଙ୍କ ହୁଏ। ତେବେ ତାହା ଶୁଭ ବୋଲି କହିପାରିବା। ସେହି ବସ୍ତୁ ଆପଣଙ୍କ ପାଇଁ ସୌଭାଗ୍ୟଶାଳୀ ହୋଇଥାଏ।

କୌଣସି ପୂଜା କିମ୍ବା ଧାର୍ମିକ କାର୍ଯ୍ୟ କରିବା ସମୟରେ ଯଦି ଛିଙ୍କ ହୁଏ, ତେବେ ତାହା ସମ୍ପୁର୍ଣ୍ଣ ହେବାକୁ ଅନେକ ସମସ୍ୟା ଉପୁଜିଥାଏ।

ଶୋଇବା ପୂର୍ବରୁ ଓ ପରେ ଯଦି ଛିଙ୍କ ହୋଇଥାଏ ତେବେ ତାହା ଅଶୁଭ ସଙ୍କେତ ଦେଇଥାଏ।

କୌଣସି ବ୍ୟକ୍ତି ଔଷଧ ଖାଇବା ବେଳେ ଯଦି ଛିଙ୍କ ହୁଏ ତେବେ ସେ ଖୁବ ଶୀଘ୍ର ଭଲ ହୋଇଯିବାର ସଙ୍କେତ ମିଳିଥାଏ।

 

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories