www.samajalive.in
Monday, December 8, 2025
27.1 C
Bhubaneswar

ସ୍ପଟ୍‌ ଫିକ୍ସିଂ ମାମଲା: ଶ୍ରୀସନ୍ଥଙ୍କ ଉପରୁ ଆଜୀବନ ବାସନ୍ଦ ହଟାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଇପିଏଲ ସ୍ପଟ୍‌ ଫିକ୍ସିଂ ମାମଲାରେ କ୍ରିକେଟର ଏସ୍‌. ଶ୍ରୀସନ୍ଥଙ୍କ ଉପରେ ଲାଗିଥିବା ଆଜୀବନ ବାସନ୍ଦ କଟକଣାକୁ ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ(ବିସିସିଆଇ) ନିକଟରେ ଶୃଙ୍ଖଳିତ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ରହିଛି। ବିସିସିଆଇ ଶ୍ରୀସନ୍ଥଙ୍କ ଉପରେ ଲଗାଇଥିବା ପ୍ରତିବନ୍ଧକ ଉପରେ ପୁନଃ ବିଚାର କରୁ। ଶୁଣାଣି ବେଳେ ଶ୍ରୀସନ୍ଥଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ଦେଉ। ଆଗାମୀ ୩ମାସ ମଧ୍ୟରେ ଏହାର ଶୁଣାଣି କରି ଦଣ୍ଡ ଘୋଷଣା କରୁ। କିନ୍ତୁ ଦଣ୍ଡ ଦେବା କ୍ଷେତ୍ରରେ ଆଜୀବନ ବାସନ୍ଦ ଅଧିକ ହୋଇଯାଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୩ରେ ଆଇପିଏଲ ମ୍ୟାଚରେ ସ୍ପଟ୍‌ ଫିକ୍ସିଂ ଅଭିଯୋଗରେ ଶ୍ରୀସନ୍ଥ ଦୋଷୀ ବୋଲି ବିସିସିଆଇ ଜାଣିବା ପରେ ତାଙ୍କୁ କ୍ରିକେଟରୁ ଆଜୀବନ ବାସନ୍ଦ କରିଦେଇଥିଲା। ଏହା ବିରୋଧରେ ଶ୍ରୀସନ୍ଥ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଶ୍ରୀସନ୍ଥ କ୍ରିକେଟେର ଅସମ୍ମାନ କରିଥିବା ଏବଂ ସେ ଜଣେ ଭ୍ରଷ୍ଟାଚାରୀ ବୋଲି ମାମଲାର ଶୁଣାଣି ବେଳେ ବିସିସିଆଇ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା।

- Advertisement -

ସ୍ପଟ ଫିକ୍ସିଂ ଅଭିଯୋଗରେ ଶ୍ରୀସନ୍ଥ, ଅଙ୍କିତ ଚୌହ୍ବାନ, ଅଜିତ ଚାଣ୍ଡିଲାଙ୍କ ସହିତ ୩୬ ଅଭିଯୁକ୍ତଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ହୋଇଥିଲା। କିନ୍ତୁ ୨୦୧୫ ଜୁଲାଇରେ ପଟିୟାଲା ହାଉସ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଆପରାଧିକ ମାମଲାରୁ ମୁକ୍ତ କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories