www.samajalive.in
Monday, December 8, 2025
20.1 C
Bhubaneswar

ବିଏସ୍‌ଏଫ ଯବାନଙ୍କ ମୃତଦେହ ଉଦ୍ଧାର

ଅଗରତାଲା : ସୀମାସୁରକ୍ଷା ବଳର ସହକାରୀ ସବ୍‌ଇନ୍ସପେକ୍ଟର ଯୋଗେନ୍ଦ୍ର ସିଂହଙ୍କ ଗୁଳିବିଦ୍ଧ ମୃତଦେହ ଗୁରୁବାର ଦକ୍ଷିଣ ତ୍ରିପୁରାର ସାବ୍ରୁମ୍‌ ଅନ୍ତର୍ଗତ କାଥଲତାଲି ଅଞ୍ଚଳରୁ ଉଦ୍ଧାର କରାଯାଇଛି। କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି ତାହାର ତଦନ୍ତ କରାଯାଉଛି। ମୃତ ଯବାନଙ୍କ ଘର ହରିୟାଣାରେ ବୋଲି କୁହାଯାଇଛି।
ଅପରପକ୍ଷରେ ସିମଳା ନିକଟ କିନୌରଠାରେ ଫେବୃଆରୀ ୨୦ରେ ବରଫ ଅତଡ଼ା ଧସିବା ଜନିତ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଗୁରୁବାର ଶେଷ ହୋଇଛି। ଶେଷ ଦିନରେ ଆଉ ଦୁଇ ଜଣ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories