www.samajalive.in
Thursday, December 11, 2025
23.1 C
Bhubaneswar

ମାସୁଦ ଆଝାର ପ୍ରସଙ୍ଗ: ଭିନ୍ନ ଉପାୟରେ କାର୍ଯ୍ୟାନୁଷ୍ଠାନ ପାଇଁ ଜାତିସଂଘର ଚେତାବନୀ

ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ମୁଖ୍ୟ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ଉଦ୍ୟମରେ ଚୀନ ଚତୁର୍ଥଥର ବାଟ ଓଗାଳିବା ପରେ ଜାତିସଙ୍ଘ କ୍ଷୁବ୍ଧ ହୋଇପଡିଛି। ବେଜିଂ ଏହି ନୀତି ଜାରି ରଖିଲେ ଜାତିସଂଘ ନିରାପତ୍ତା ପରିଷଦ (ୟୁଏନ୍‌ଏସ୍‌ସି)ର ସଦସ୍ୟମାନେ ମାସୁଦ ବିରୋଧରେ ଅନ୍ୟ ଉପାୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି। ପରିଷଦର ଜଣେ କୂଟନୀତିଜ୍ଞ କହିଛନ୍ତି, ଚୀନର ଏଭଳି ଆଭିମୁଖ୍ୟ ଅାତଙ୍କବାଦ ଦମନ ଓ ଆଞ୍ଚଳିକ ସ୍ଥିରତା ଦିଗରେ ଅନ୍ତରାୟ ସୃଷ୍ଟି କରିବ। ଆତଙ୍କବାଦୀଙ୍କୁ ସୁରକ୍ଷା ଦେବା ନିମନ୍ତେ ଚୀନ ଉପରେ ଏଭଳି ନିର୍ଭରଶୀଳ ହେବା ନେଇ ସେ ପାକିସ୍ତାନକୁ ସମାଲୋଚନା କରିଛନ୍ତି। ପାକିସ୍ତାନ ମାଟିରେ ଗଢ଼ି ଉଠିଥିବା ଆତଙ୍କବାଦୀ ସଂଗଠନ ଓ ଏହାର ନେତାମାନଙ୍କୁ ଜାତିସଂଘ ୧୨୬୭ କଟକଣା କମିଟିର କାର୍ଯ୍ୟାନୁଷ୍ଠାନରୁ ସୁରକ୍ଷା ପ୍ରଦାନ ନେଇ ଇସ୍‌ଲାମାବାଦ ସମ୍ପୂର୍ଣ୍ଣ ଭାବେ ଚୀନର ଆଶ୍ରୟ ନେଇଛି। ଜାତିସଂଘ ମାସୁଦକୁ ଅଲ-କାଏଦା ସମ୍ବନ୍ଧୀୟ ଏକ ସଂଗଠନର ନେତା ଭାବେ ଆଖ୍ୟାୟିତ କରିବା ନିମନ୍ତେ ହୋଇଥିବା ଦାବି ନିର୍ବିବାଦୀୟ ରହିଛି ବୋଲି ସମ୍ପୃକ୍ତ କୂଟନୀତିଜ୍ଞ ପ୍ରକାଶ କରିଛନ୍ତି। ଆତଙ୍କବାଦକୁ ନେଇ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ସରକାରର ଆଭିମୁଖ୍ୟ ଆଞ୍ଚଳିକ ଶାନ୍ତି ପ୍ରତିଷ୍ଠାର ପରିପନ୍ଥୀ ବୋଲି ଆମେରିକା ମଧ୍ୟ ମତ ଦେଇଛି।
ଅନ୍ୟପଟେ ଚୀନର ପଦକ୍ଷେପ ସମ୍ପୂର୍ଣ୍ଣ ନିରାଶଜନକ ବୋଲି ଭାରତ ଦର୍ଶାଇଛି। ଚୀନ ଏଭଳି ବାଟ ଓଗାଳିବା ଦ୍ବାରା ଫେବୃଆରୀ ୧୪ ପୁଲୱାମା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ଏକ ସକ୍ରିୟ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ମୁଖ୍ୟ ବିରୋଧରେ ଅନ୍ତର୍ଜାତୀୟ ସମୁଦାୟ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ ନିରୋଧ କରାଯାଇଛି। ଭାରତୀୟ ନାଗରିକଙ୍କ ପ୍ରତି ବିପଦ ସୃଷ୍ଟି କରିଥିବା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଭାରତ ସମସ୍ତ ଉଦ୍ୟମ କରିବ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି। ଏଥିସହ ମାସୁଦକୁ ବିଶ୍ବସ୍ତରୀୟ ଆତଙ୍କବାଦୀ ଘୋଷଣା କରିବା ନେଇ ଜାତିସଂଘରେ ପ୍ରସ୍ତାବ ଆଗତ କରିଥିବା ତଥା ଏହାକୁ ସମର୍ଥନ ଦେଇଥିବା ରାଷ୍ଟ୍ରଗୁଡିକୁ ଭାରତ ପକ୍ଷରୁ ଏହି ବିବୃତ୍ତିରେ କୃତଜ୍ଞତା ଜଣାଯାଇଛି।
ଉଲ୍ଲେଖ ଯେ ପୁଲୱାମାଠାରେ ଆତ୍ମଘାତୀ ଆକ୍ରମଣରେ ୪୧ ସିଆରପିଏଫ ଜବାନ ପ୍ରାଣ ହରାଇବା ପରେ ବିଶ୍ବସ୍ତରରୁ ଏହାକୁ ନିନ୍ଦା କରାଯାଇଥିଲା। ଜୈଶ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିବା ପରେ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ମାସୁଦକୁ ବିଶ୍ବସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ଜାତିସଙ୍ଘରେ ପ୍ରସ୍ତାବ ଆଗତ କରିଥିଲେ। ମାତ୍ର ପୂର୍ବରୁ ୨୦୦୯, ୨୦୧୬ ଏବଂ ୨୦୧୭ରେ ତିନିଥର ଏହି ପ୍ରସ୍ତାବକୁ ବିରୋଧ କରିଥିବା ଚୀନ ଏଥର ମଧ୍ୟ ଏହାକୁ ବିରୋଧ କରିଛି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories