www.samajalive.in
Tuesday, December 9, 2025
17.1 C
Bhubaneswar

୨୬ରୁ ହରିରାଜପୁର ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ

ପିପିଲି : ଓଡିଶାରେ ପ୍ରସିଦ୍ଧି ଲାଭ କରିଥିବା ପୁରୀ ଜିଲା ହରିରାଜପୁରର ପଞ୍ଚୁଦୋଳ ମେଳଣର ଜମାଣ ଉତ୍ସବ ଆସନ୍ତା ୨୬ ତାରିଖ ମଙ୍ଗଳବାର ମଧ୍ୟରାତ୍ରରୁ ଆରମ୍ଭ ହେବ। ୨୯ତାରିଖ ଶୁକ୍ରବାର ଅପରାହ୍ନରେ ଗୋଧୂଳୀ ଲଗ୍ନରେ ଠାକୁର ମାନଙ୍କର ଦିଅଁମେଳଣ ଉତ୍ସବ ତଥା ହରିହର ଭେଟ କରାଯାଇ ଏହି ପଞ୍ଚୁଦୋଳ ମେଳଣ ସମାପନ ହେବ। ପିପିଲି ନିର୍ବାଚନମଣ୍ଡଳୀର ଡେଲାଙ୍ଗ ଥାନା ଅନ୍ତର୍ଗତ ଏହି ପ୍ରସିଦ୍ଧ ମେଳଣ ପଡିଆ ପିପିଲି-ଜଟଣୀ ରାସ୍ତାର ପିପିଲି ଠାରୁ ୧୦କିମି, ଜଟଣୀ ଠାରୁ ୪କିମି ଓ ଭୁବନେଶ୍ୱର ଠାରୁ କପିଳପ୍ରସାଦ ରାସ୍ତାରେ ୧୫ କିମି ଦୂରରେ ଅବସ୍ଥିତ।
୨୬ତାରିଖ ମଧ୍ୟ ରାତ୍ରରେ ପୁର୍ବ ରିତୀନିତୀ, ବିଧି ଓ ପରମ୍ପରା ଅନୁଯାଇ ଏହି ପ୍ରସିଦ୍ଧ ମେଳଣର ସ୍ଥାନାଧିପତି ପ୍ରଭୁ ଶ୍ରୀଶ୍ରୀପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କୁ ଏକ ସୁସଜ୍ଜିତ ଦୋଳବିମାନରେ ମନ୍ଦିରରୁ ଅଣାଯାଇ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଚିତ୍ତାକର୍ଷକ ଆତସବାଜି ପ୍ରଦର୍ଶନ, ଆଲୋକ ସଜ୍ଜା, ଭଜନ କୀର୍ତ୍ତନ, ଘଣ୍ଟ, ଘଣ୍ଟା, ତୁରୀ, ଶଙ୍ଖ ନାଦ, ଘୋଡାନାଚ, ନାଗାନୃତ୍ୟ ସହ ଲକ୍ଷାଧିକ ଭକ୍ତଙ୍କ ଗହଣରେ ମେଳଣ ପଡିଆରେ ବିଜେ କରାଯିବ। ଆଖପାଖ ଅଞ୍ଚଳର ୭୬ଟି ଠାକୁରଙ୍କ ଦୋଳବିମାନ ଏଥିରେ ଅଂଶଗ୍ରହଣ କରିବେ। ଉକ୍ତ ଜମାଣ ରାତ୍ରିରେ ଚିତ୍ତାକର୍ଷକ ଆତସବାଜି ପ୍ରଦର୍ଶନ ଅନ୍ୟ କୌଣସି ମେଳଣରେ ଦେଖିବାକୁ ମିଳିନଥାଏ। ପୁରୀ, ବ୍ରହ୍ମପୁର, ଖୋର୍ଦ୍ଧା, କଟକ, ଗଞ୍ଜାମ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବାଣ କାରିଗର ମାନେ ଏଠାରେ ସେମାନଙ୍କର ଅତ୍ୟାଧୁନିକ ଆତସବାଜି ପ୍ରଦର୍ଶନ କରିଥାନ୍ତି। ୨୯ତାରିଖ ଶୁକ୍ରବାର ଗୋଧୂଳି ସଂନ୍ଧ୍ୟାରେ ବହୁ ପ୍ରତିକ୍ଷିତ ଠାକୁର ମେଳଣ ଉତ୍ସବ ତଥା ହରିହର ଭେଟ କାର୍ଯ୍ୟକ୍ରମ ପୂର୍ବ ରୀତି ନୀତି ଅନୁଯାୟୀ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରତ୍ୟେକ ବର୍ଷ ଭଳି ଏଥର ମଧ୍ୟ ୪ଲକ୍ଷରୁ ଉର୍ଦ୍ଧ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଉଛି।
ମେଳଣକୁ ଚଳିତବର୍ଷ ଅଧିକ ଆକର୍ଷଣ କରିବା ପାଇଁ ମେଳଣ ପରିଚାଳନା ପରିଷଦ, ଉତ୍କଳ ଗୌରବ ଯୁବ ସଂଗଠନ, ପଶ୍ଚିମାଶମ୍ଭୁ ଯୁବ ସଂଗଠନ, ସୋମନାଥ ଦେବ ୟୁଥ କ୍ଲବ, ପଶ୍ଚିମାଶମ୍ଭୁ ପଞ୍ଚୁଦୋଳ କ୍ଲବ, ସୋମନାଥ ଦେବ ଦୋଳ ନିର୍ମାଣ ଓ କୁଞ୍ଜ ନିର୍ମାଣ ସମିତି, ଗଜପତି ବାସନ୍ତି କ୍ଲବ, ହରିରାଜପୁର ଗ୍ରାମବାସୀଙ୍କ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories