ଧାମରା : ଅଞ୍ଚଳର ବିକାଶ ଓ ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାରଙ୍କ ସହ ଲଢୁଥିବା ସଂଗ୍ରାମସେନା ଶୁକ୍ରବାର ପୁଣି ଥରେ ଏକ ବିଶାଳ ରାଲି କରି ତହସିଲଦାରଙ୍କୁ ଏକ ଦାବୀ ପତ୍ର ଦେଇଛନ୍ତି। ଶୁକ୍ରବାର ଦିନ ୧୨ଟା ଚାନ୍ଦବାଲି କାଳିମନ୍ଦିରରୁ ସଂଗ୍ରାମସେନାର ଆବାହକ ପ୍ରଫୁଲ ସାହୁଙ୍କ ନେତୃତ୍ୱରେ ୨ହଜାର ଜନତାଙ୍କୁ ନେଇ ଏକ ରାଲି ବାହାରି ଚାନ୍ଦବାଲି ବଜାର ପରିକ୍ରମା କରିବା ସହ ସମସ୍ତ ଜନସାଧାରଣଙ୍କୁ ପ୍ଲାକାର୍ଡ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲା ପରେ ଚାନ୍ଦବାଲି ତହସିଲଦାର ସତ୍ୟଜିତ ରାଉତଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ। ଏହି ଦାବୀ ପତ୍ରରେ ଅଞ୍ଚଳର ବିକାଶ ସହ ସମସ୍ତ ଭୂମିହୀନ ମାନଙ୍କୁ ତୁରନ୍ତ ଭୂମି ଯୋଗାଇ ଦେବାକୁ ସଂଗ୍ରାମସେନା ଦାବୀ କରିଛି। ଆସନ୍ତା ଦିନରେ ଭୂମିହୀନ ମାନଙ୍କୁ ସରକାର ଭୂମି ଯୋଗାଇ ନ ଦେଲେ ଆନ୍ଦୋଳନ ତୀବ୍ରରୂପ ଧାରଣ କରିବ ବୋଲି ସଂଗ୍ରାମସେନା ନିଜର ଦାବୀ ଜଣାଇଛି। ଆଜି ଏହି ରାଲିରେ ସଂଗ୍ରାମ ସେନାର ପ୍ରଫୁଲ ସାହୁ, ରତିକାନ୍ତ ସାହୁ, ସୁକାନ୍ତ ମହାଳିକ, ସୁକାନ୍ତ ନାୟକ, ଧାମରା ଅଂଚଳର ଯୁବ ସମାଜସେବୀ ପ୍ରହ୍ଲାଦ ଦାସଙ୍କ ସମେତ ଶତାଧିକ ଜନତା ରାଲିରେ ଯୋଗ ଦେଇଥିଲେ।
Popular Categories



