www.samajalive.in
Monday, December 8, 2025
27.1 C
Bhubaneswar

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ ଜେଲ୍ । ଅନେକ ସମୟରେ ଦେଖିବାକୁ ମିଳେ ଯେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହେଉ କିମ୍ବା ଅନ୍ୟ କିଛି କାରଣ ପାଇଁ ହେଉ, ପରିବାର ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିବା। ରାସ୍ତା ବନ୍ଦ ହେବାରୁ ଘଣ୍ଟା ଘଣ୍ଟା ଧରି ରାଜରାସ୍ତାରେ ଗାଡ଼ି ମୋଟର ଅଟକି ରହେ। ଫଳରେ ଲୋକେ ଟ୍ରାଫିକ୍ ସମସ୍ୟା ଭୋଗନ୍ତି। ତେଣୁ ଏସବୁ ବନ୍ଦ କରିବା ପାଇଁ ରାଜସ୍ଥାନ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜସ୍ଥାନରେ ଏବେ ମୃତଦେହକୁ ରଖି ବିକ୍ଷୋଭ ପ୍ରଦର୍ଶନ, ରାଜନୀତି ଓ ବିନା କାରଣରେ ଅନ୍ତିମ ସଂସ୍କାରକୁ ବିଳମ୍ବ କରିବା ମହଙ୍ଗା ପଡିପାରେ। ରାଜ୍ୟରେ ‘ମୃତ ଶରୀର ସମ୍ମାନ ଆଇନ ଲାଗୁ ହୋଇଛି ।

ମୃତଦେହ ଧରି ସଡ଼କ ଜାମ କଲେ ୫ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ। ରାଜସ୍ଥାନରେ ମୃତଦେହ ସମ୍ମାନ ଅଧିନିୟମ ଲାଗୁ ହୋଇଛି। ଏଣିକି ରାସ୍ତାରେ ମୃତଦେହ ରଖି ପ୍ରତିବାଦ କରିବାକୁ ଆଇନଗତ ଅପରାଧ ଭାବେ ବିବେଚନା କରାଯିବ। ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ରାସ୍ତାରେ କିମ୍ବା କୌଣସି ସାର୍ବଜନୀନ ସ୍ଥାନରେ ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ, ପ୍ରତିବାଦ କିମ୍ବା ଚାପ ସୃଷ୍ଟି କରିବା ଏବେ ଏକ ଫୌଜଦାରୀ ଅପରାଧ ଭାବରେ ବିବେଚନା କରାଯିବ।

- Advertisement -

ଏପରି କ୍ଷେତ୍ରରେ, ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ୬ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ। ମୃତକଙ୍କ ପରିବାରର ସଦସ୍ୟଙ୍କ ପାଇଁ ୨ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ବ୍ୟବସ୍ଥା ରହିଛି । ଏହା ବ୍ୟତୀତ ହସ୍ପିଟାଲଗୁଡ଼ିକ ଆଉ ବକେୟା ବିଲ୍ ଆଧାରରେ ମୃତଦେହକୁ ଅଟକାଇ ପାରିବେ ନାହିଁ, ଯାହା ମୃତକଙ୍କ ସମ୍ମାନକୁ ସୁରକ୍ଷିତ ରଖିବ । ରାଜ୍ୟରେ ଲାଗୁ ହୋଇଥିବା ନୂଆ ନିୟମ ଅନୁସାରେ, ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବାର ୨୪ ଘଣ୍ଟା ମଧ୍ୟରେ ଅନ୍ତିମ ସଂସ୍କାର ବାଧ୍ୟତାମୂଳକ କରାଯାଇଛି ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories