ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା ନେଇ ଲକ୍ଷ ଲକ୍ଷ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ଦେଶର ପ୍ରମୁଖ ବିମାନବନ୍ଦରରେ ଯାତ୍ରୀ ଅପେକ୍ଷା କରିଥିବା ରହିଥିବା ବେଳେ ବିମାନ ସେବା ସ୍ୱାଭାବିକ ହୋଇନାହିଁ । କିଛି ବିମାନ ବନ୍ଦରରେ ବିମାନ କର୍ମଚାରୀଙ୍କୁ ଯାତ୍ରୀମାନେ ଦୁର୍ବ୍ୟବହାର କରିଥିବାର ଦୃଶ୍ୟ ନଜରକୁ ଆସିଥିଲା । ଏଭଳି ସମୟରେ ଯାତ୍ରୀଙ୍କୁ ଅପିଲ କରିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ୍ । ସୋସିଆଲ ମିଡ଼ିଆ ଏକ୍ସରେ ଏକ ଭିଡ଼ିଓ ପୋଷ୍ଟ କରି ସୋନୁ ସୁଦ୍ ଯାତ୍ରୀଙ୍କୁ ବିମାନ କର୍ମଚାରୀଙ୍କ ପ୍ରତି ଦୟା ମନୋଭାବ ଦେଖାଇବାକୁ ନିବେଦନ କରିଛନ୍ତି । ସୋନୁ କହିଛନ୍ତି ଯେ ଏଭଳି ଅଚଳାବସ୍ଥା ପାଇଁ ସମସ୍ତେ ସମସ୍ୟା ଭୋଗୁଛନ୍ତି । ମୋର ସମ୍ପର୍କୀୟ ବି ଘଣ୍ଟାଣ୍ଟା ଧରି ଅପେକ୍ଷା କରିଛନ୍ତି । ବିମାନ ବାତିଲ, ରଦ୍ଦ, ବିଳମ୍ବ ପାଇଁ ଲୋକମାନେ ବହୁତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।
“A delayed flight is frustrating, but remember the faces trying to fix it. Please be nice and humble to the IndiGo staff; they are carrying the weight of cancellations too. Let’s support them.” @IndiGo6E pic.twitter.com/rd3ciyekcS
— sonu sood (@SonuSood) December 6, 2025
ଅନେକ ଲୋକ ଗୁରୁତ୍ୱପୂର୍ଣ୍ଣ ମିଟିଂକୁ ଯାଇପାରୁନାହାଁନ୍ତି । ହେଲେ ଏଭଳି ସମୟରେ ଯେଉଁ ବିମାନ କର୍ମଚାରୀମାନେ ଗ୍ରାଉଣ୍ଡରେ କାମ କରୁଛନ୍ତି ସେମାନଙ୍କ ପ୍ରତି ଯାତ୍ରୀମାନେ ଖରାପ ବ୍ୟବହାର କରିବା, ସେମାନଙ୍କୁ ଉପରେ ଚିଲାଇବା, ଗାଳି ଗୁଲଜ କରିବା ଭଲ ନୁହେଁ । ଯାତ୍ରୀଙ୍କୁ ବିରକ୍ତ ଲାଗୁଥିବ, କିନ୍ତୁ ଆପଣ ଥରେ ଚିନ୍ତା କରନ୍ତୁ ସେମାନେ ବି ଅସହାୟ ହୋଇଛନ୍ତି । ସେମାନେ କେବଳ ନିର୍ଦ୍ଦେଶକୁ ପାଳନ କରୁଛନ୍ତି ଆଉ ଆପଣଙ୍କ ପାଖରେ ପହଞ୍ଚାଉଛନ୍ତି । ସେମାନଙ୍କ ସହ ଲଢିବା, ଝଗଡା କରିବା ଦୁଃଖର କଥା । ଏମାନେ ସେହି କର୍ମଚାରୀ ଯେଉଁମାନେ ପୂର୍ବରୁ ଆପଣଙ୍କ ସହିତ ହସି ହସି କଥା ହେଇ ସେବା ଯୋଗାଇ ଆସିଛନ୍ତି । କର୍ମଚାରୀଙ୍କୁ ଭଲ ବ୍ୟବହାର କରିବାକୁ ନିବେଦନ କରିଛନ୍ତି ସୋନୁ ସୁଦ୍ ।



