ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି । ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଜାରି ରହିଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଭାରତ ନିରପେକ୍ଷ ନୁହେଁ, ଭାରତ ଶାନ୍ତି ପାଇଁ ଠିଆ ହୋଇଛି । ମୋଦୀ କହିଛନ୍ତି ଯେ ବିଶ୍ୱକୁ ପୁଣି ଥରେ ଶାନ୍ତିର ଆବଶ୍ୟକତା ରହିଛି । ଭାରତ ଶାନ୍ତି ପାଇଁ ପ୍ରତ୍ୟେକ ପ୍ରୟାସକୁ ସମର୍ଥନ କରେ । ପୁଟିନ ଏହା ମଧ୍ୟ କହିଛନ୍ତି ଯେ ରୁଷ ମଧ୍ୟ ଶାନ୍ତି ସପକ୍ଷରେ ।
Your visit is truly historic. It has now been 25 years since your first visit to India in 2001, soon after you assumed office. During that very first visit, a strong foundation of the Strategic Partnership was laid. After the crisis in Ukraine began, we have been in constant… pic.twitter.com/HUCUNc2FOq
— DD News (@DDNewslive) December 5, 2025
ଆଜି ଅପରାହ୍ନରେ ପୁଟିନ ଏବଂ ମୋଦୀଙ୍କ ମଧ୍ୟରେ ହାଇଦ୍ରାବାଦ ହାଉସରେ ବୈଠକ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତ ଐତିହାସିକ । ୟୁକ୍ରେନ ସଙ୍କଟ ଉପରେ ଭାରତ ରୁଷ ସହିତ ନିରନ୍ତର ଯୋଗାଯୋଗ ରଖିଛି ଏବଂ ଯୁଦ୍ଧ ରୋକିବା ପାଇଁ ପ୍ରୟାସ କରିବାକୁ ପରାମର୍ଶ ଦେଇଛନ୍ତି । ଭାରତ ନିରପେକ୍ଷ ରହେ ନାହିଁ, ଭାରତ ଶାନ୍ତିର ପ୍ରବକ୍ତା ଏବଂ ଶାନ୍ତି ପାଇଁ ପ୍ରତ୍ୟେକ ପ୍ରୟାସକୁ ସମର୍ଥନ କରେ । ଦୁଇ ନେତା ଖୁବଶୀଘ୍ର ୨୩ତମ ଶିଖର ସମ୍ମିଳନୀରେ ଯୋଗଦେବେ । ଆଜି ଭାରତ ଏବଂ ରୁଷ ମଧ୍ୟରେ ୨୫ରୁ ଅଧିକ ଚୁକ୍ତି ସ୍ୱାକ୍ଷରିତ ହେବାର ଆଶା କରାଯାଉଛି ।



