www.samajalive.in
Saturday, December 6, 2025
26.1 C
Bhubaneswar

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ ଷ୍ଟେସନରେ ସ୍ଥାନୀୟ କାଉନ୍‌ସିଲର୍‌ ଥିବା ଜଣେ ଦାଦନ ଶ୍ରମିକ ସର୍ଦାର ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ବିଧାୟକ ସ୍ଥାନୀୟ ସ୍ଥାନୀୟ ଜିଆର୍‌ପିରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ବିଧାୟକ ଶ୍ରୀ ବାଗ ବୁଧବାର ରାତି ପ୍ରାୟ ୧୧ଟା ୩୦ରେ କୋର୍ବା-ବିଶାଖାପାଟଣା ଏକ୍ସପ୍ରେସରେ ଆସୁଥିବା ଜନୈକ ବନ୍ଧୁଙ୍କୁ ସାକ୍ଷାତ କରିବା ପାଇଁ ଯାଇଥିଲେ। ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ ଟ୍ରେନ୍‌ ଆସିବାର ଥିଲା। ସେତିକି ବେଳେ ପ୍ଲାଟ୍‌ଫର୍ମରେ ୫୦ରୁ ଊର୍ଦ୍ଧ୍ବ ମହିଳା, ପୁରୁଷ ଓ ଶିଶୁ ଗୋଟିଏ ସ୍ଥାନରେ ରୁଣ୍ଡ ହୋଇଥିଲେ।

ବିଧାୟକ ଉକ୍ତ ଲୋକମାନଙ୍କୁ କେଉଁଠାକୁ ଯାଉଛ ବୋଲି ପଚାରିବାରୁ ସେମାନେ ହାଇଦରାବାଦ ଓ ବିଜୟୱାଡ଼ାକୁ ଇଟା ଗଢ଼ିବା ପାଇଁ ଯାଉଥିବା କହିଥିଲେ। ଏହା ପରେ ବିଧାୟକ ଷ୍ଟେସନରେ ଅପେକ୍ଷାରତ ଦାଦନ ଶ୍ରମିକ ରୋକିବା ଟାସ୍କଫୋର୍ସ ଓ ଜିଆର୍‌ପି, ଆର୍‌ପିଏଫ୍‌ ଏବଂ କଣ୍ଟାବାଞ୍ଜି ତଥା ଟାଉନ ପୁଲିସକୁ ସୂଚନା ଦେଇ ସେମାନଙ୍କ କାଗଜପତ୍ର ଯାଞ୍ଚ କରିବାକୁ କହିଥିଲେ। ଏହି ସମୟରେ ଦାଦନ ଶ୍ରମିକ ସର୍ଦାର ଇମ୍ରାନ ଖାନ ତାର ସହଯୋଗୀ ବଣ୍ଟି ବେହେରା ଓ ଅନ୍ୟ ୬ଜଣଙ୍କ ସହ ବିଧାୟକଙ୍କ ପାଖକୁ ଆସି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ସେମାନେ ଜୀବନରେ ମାରିଦେବାକୁ ତାଙ୍କୁ ଧମକ ଦେଇଥିଲେ। ତତ୍‌କ୍ଷଣାତ ବିଧାୟକ ଶ୍ରୀ ବାଗ କଣ୍ଟାବାଞ୍ଜି ଜିଆର୍‌ପି ଫାଣ୍ଡି ଜରିଆରେ ଟିଟିଲାଗଡ଼ ଜିଆର୍‌ପି ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ।

- Advertisement -

ବିଧାୟକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଟିଟିଲାଗଡ଼ ଜିଆର୍‌ପି ଥାନା ଅଧିକାରୀ ବି.କେ.ଭୋଇ କହିଛନ୍ତି। ତେବେ ସମ୍ପୃକ୍ତ ଦାଦନ ଶ୍ରମିକ ସର୍ଦାର ତଥା କାଉନସିଲରଙ୍କୁ ଫୋନରେ ଯୋଗାଯୋଗ କରାଯାଇଥିଲେ ହେଁ ଫୋନ ସ୍ୱିଚ୍‌‌ ଅଫ୍‌‌ ଥିବାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ, ସିନ୍ଧେକେଲା ଥାନା ଅଞ୍ଚଳରେ ଦୀର୍ଘ ବର୍ଷରୁ ବଡ଼ବଡ଼ିଆ ତଥା ନେତାମାନେ ଏହି ଦାଦନ ଶ୍ରମିକ ଚାଲାଣରେ ସଂପୃକ୍ତ ଥିବାରୁ ବିଧାୟକଙ୍କୁ ଏପରି ର୍ଦୁବ୍ୟବହାର କରିବାକୁ ପଛାଉ ନଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ​‌ହେଉଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories