www.samajalive.in
Friday, December 5, 2025
23.1 C
Bhubaneswar

ଇଣ୍ଡିଗୋ ବିମାନକୁ ବୋମା ଧମକ

ସମାଜ ଲାଇଭ ଡ଼େସ୍କ : କୁଏତରୁ ହାଇଦ୍ରାବାଦ ଅଭିମୁଖେ ଉଡ଼ାଣ ଭରୁଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ଧମକପୂର୍ଣ୍ଣ ବାର୍ତ୍ତା ଯୋଗୁଁ ବିମାନକୁ ମୁମ୍ବାଇ ବିମାନବନ୍ଦରେ ଜରୁରୀ ଅବତରଣ କରାଯାଇଛି ।

ସୂଚନା ଅନୁସାରେ ଆଜି କୁଏତରୁ ହାଇଦ୍ରାବାଦ ଅଭିମୁଖୀ ଇଣ୍ଡିଗୋ ବିମାନ-୬ଇ୧୨୩୪କୁ ବୋମା ଥିବା ଧମକ ମିଳିଥିଲା । ​​ଯାହା ଫଳରେ ବିମାନଟିକୁ ମୁମ୍ବାଇରେ ଜରୁରୀ ଅବତରଣ କରାଯାଇଥିଲା । ଇଣ୍ଡିଗୋ ଅଧିକାରୀ ଧମକ ବାର୍ତ୍ତା ପାଇବା ପରେ ପ୍ରୋଟୋକଲ ଅନୁସରଣ କରି, ତୁରନ୍ତ ସମ୍ପୃକ୍ତ ଅଧିକାରୀମାନଙ୍କୁ ଜଣାଇଥିଲେ ଏବଂ ବିମାନରେ ଆବଶ୍ୟକ ସୁରକ୍ଷା ଯାଞ୍ଚ କରିବାରେ ଅଧିକାରୀଙ୍କ ପୂର୍ଣ୍ଣ ସହଯୋଗ କରିଥିବା ସୂଚନା ରହିଛି । ମିଳିଥିବା ତଥ୍ୟ ଅନୁସାରେ ଇମେଲ୍ ମାଧ୍ୟମରେ ବିମାନରେ ‘ମାନବ ବୋମା’ ଥିବା ବାର୍ତ୍ତା ଆସିଥିଲା । ଏହାପରେ ଇଣ୍ଡିଗୋ ଅଧିକାରୀ ମାନେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଇଥିଲେ ।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories