ସମାଜ ଲାଇଭ ଡ଼େସ୍କ : ପ୍ରେମ ପାଇଁ ଆମେରିକାରୁ ଆସିଥିବା ସେଜଲଙ୍କ ପ୍ରେମିକକୁ ଉଠାଇ ନେଲା ପୁଲିସ । ସେଜଲଙ୍କ ପ୍ରେମିକ ଅମର ଦାସକୁ ଉଠାଇ ନେଇଛି ବାଲେଶ୍ବର ଜିଲା ସହଦେବ ଖୁଣ୍ଟା ପୁଲିସ । ଖବର ଅନୁସାରେ ଅମରଙ୍କୁ କାଉନ୍ସେଲିଂ ପାଇଁ ପୁଲିସ ଡାକିଥିଲା । କାଉନ୍ସେଲିଂର କିଛି ସମୟ ପରେ ପୁଲିସ ତାଙ୍କୁ ଉଠାଇ ନେଇଛି । ତାଙ୍କୁ ବାଲେଶ୍ବର ନାରୀ ସଦନ ପାଖରୁ ପୁଲିସ ଉଠାଇଥିବା ସୂଚନା ରହିଛି । ଅଭିଯୋଗ ଅନୁସାରେ ଅମର ସେଜଲ ଜନ ଓରଫ ପୂଜାଙ୍କ ପାଳିତ ବାପା ମା ଙ୍କୁ କୋଟିଏ ଟଙ୍କା ମାଗିଥିଲେ । ଆଜି ଅମରକୁ ଜବରଦସ୍ତ ପ୍ରବେଶ କରିଥିବା ଅଭିଯୋଗରେ ଉଠାଇ ନେଲା ପୁଲିସ । ଅମର ପୂଜା ରହୁଥିବା ସ୍ଥାନରେ ଜବରଦସ୍ତ ପ୍ରବେଶ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା ।



