www.samajalive.in
Sunday, December 7, 2025
13.1 C
Bhubaneswar

ଆସନ୍ତୁ ଜାଣିବା କଣ ରହିଛି ମହାମହିମଙ୍କ ଦୁଇ ଦିନିଆ ଗସ୍ତସୂଚୀ

ଭୁବନେଶ୍ଵର : ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଧାନସଭା ଶୀତ ଅଧିବେଶନକୁ ସମ୍ବୋଧିତ କରିବେ। ପ୍ରଥମଥର ପାଇଁ ଓଡିଶା ବିଧାନସଭାରେ ରାଷ୍ଟ୍ରପତି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ବିଧାନସଭାରେ ଅଭିଭାଷଣ ରଖିବା ପରେ ୧୧ନଂ ରୁମ୍‌ କୁ ଆସି ସମୟ ବିତାଇବେ ମହାମହିମ । ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ପରିବହନ ମନ୍ତ୍ରୀ ଥିବାବେଳେ ୧୧ ନଂ ଚ୍ୟାମ୍ବର ଥିଲା ତାଙ୍କ କାର୍ଯ୍ୟାଳୟ। ତେଣୁ ବିଧାନସଭାରୁ ସ୍ମୃତି ସାଉଁଟିବା ବେଳେ ଏହି ଚାମ୍ବରରେ କିଛି ସମୟ ବିତାଇବେ। ସେଥିପାଇଁ ବିଧାନସଭା ସମେତ ଚାମ୍ବରକୁ ବି ସଜାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ପାଇଁ ଟ୍ରାଫିକ୍ କଟକଣା ଜାରି ହୋଇଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ଅପରାହ୍ନ ୨ଟା ବେଳେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ ମହାମହିମ ରାଷ୍ଟ୍ରପତି। ତେଣୁ ପହଞ୍ଚିବାର ୧ ଘଣ୍ଟା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯିବ । ୨.୧୦ରେ ଭୁବନେଶ୍ଵର ବିମାନ ବନ୍ଦରରୁ ବାହାରିବେ ଏବଂ ୨ଟା ୨୦ରେ ରାଜଭବନରେ ପହଞ୍ଚିବେ। ୨ଟା ୨୫ରେ ରାଜଭବନ ଭିତରେ ଥିବା କଳିଙ୍ଗ ଅତିଥି ନିବାସକୁ ଉଦଘାଟନ କରିବେ । ୨ଟା ୩୦ରୁ ୨ଟା ୪୫ ମଧ୍ୟରେ ହାଇ-ଟି ବ୍ୟବସ୍ଥା ରହିଛି। ଏବଂ ୨ଟା ୪୫ରୁ ୪ଟା ୧୦ ପର୍ଯ୍ୟନ୍ତ କଳିଙ୍ଗ ନିବାସରେ ବିଶ୍ରାମ କରିବେ। ପରବର୍ତ୍ତୀ ସମୟରେ ୪ଟା ୧୦ରେ ରାଜଭବନରୁ ବାହାରି ୪ଟା ୨୦ରେ ବିଧାନସଭାରେ ପହଞ୍ଚିବେ। ୪ ଟା ୨୦ରୁ ୪ଟା ୩୦ ରିଜର୍ଭ ରହିଛି। ଏବଂ ୪ଟା ୩୦ରୁ ୫ଟା ୩୦ ବିଧାନସଭାର ସମସ୍ତ ସଦସ୍ୟ , ସବୁ ବିଧାୟକ, ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ।

- Advertisement -

୫ଟା ୩୦ରୁ ରାଷ୍ଟ୍ରପତି ବିଧାନସଭାରୁ ବାହାରିବେ । ୫ଟା ୪୦ରେ ଆସି ରାଜଭବନର କଳିଙ୍ଗ ଅତିଥି ଭବନରେ ପହଞ୍ଚିବେ। ୫ଟା ୪୦ରୁ ୭ଟା ୩୦ ପର୍ଯ୍ୟନ୍ତ ରିଜର୍ଭ ରଖାଯାଇଛି। ୭ଟା ୩୦ରେ ସେ ରାତ୍ରିଭୋଜନ କରିବା ସହ ରାଜଭବନରେ ରହିବେ। ସେହିପରି ୨୮ ତାରିଖରେ ୯ଟା ୧୫ରେ ସେ ରାଜଭବନ ରୁ ବାହାରିବେ। ୯ଟା ୨୫ରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ। ୯ଟା ୩୫ ରେ ତାଙ୍କ ସ୍ଵତନ୍ତ୍ର ବାୟୁସେନା ବିମାନ ଉଡାଣ ଭରିବ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories