www.samajalive.in
Friday, December 5, 2025
23.1 C
Bhubaneswar

ରାମ ମନ୍ଦିରରେ ଉଡ଼ିଲା ଧ୍ଵଜା

ସମାଜ ଲାଇଭ ଡ଼େସ୍କ : ଅଯୋଧ୍ୟା ରାମ ମନ୍ଦିରରେ ଧ୍ଵଜା ଆରୋହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବରୁ ନିର୍ଦ୍ଧାରିତ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ରାମ ମନ୍ଦିରରେ ଧ୍ଵଜା ଆରୋହଣ କରିଛନ୍ତି । ପ୍ରଥମେ ଅଯୋଧ୍ୟାରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦୀ ସପ୍ତମନ୍ଦିରରେ ଶକ୍ତିପୀଠ ଦର୍ଶନ କରିଥିଲେ । ଏହା ପରେ ଧ୍ଵଜା ଆରୋହଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଧ୍ଵଜା ଆରୋହଣ କରିଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବାନ୍ ପଟେଲ ଏବଂ ଆରଏସଏସ ମୁଖ୍ୟ ମୋହନ ଭଗବତ ଏହି ଉତ୍ସବରେ ମୋଦୀଙ୍କ ସହ ଯୋଗଦେଇଛନ୍ତି  ।

ମନ୍ଦିର ଶିଖରରେ ଗେରୁଆ ରଙ୍ଗର ଧ୍ଵଜା ଫରଫର ହୋଇ ଉଡୁଛି । ଧ୍ଵଜା ଗେରୁଆ ରଙ୍ଗ ସହିତ ଦକ୍ଷିଣକୋଣୀ ହୋଇଛି । ଯାହା ସୂର୍ଯ୍ୟଙ୍କ ପ୍ରତୀକ ବହନ କରୁଛି । ଅନନ୍ତ ଶକ୍ତି, ଦିବ୍ୟ ଆଲୋକ, ଗୁଣ ଓ ଜ୍ଞାନ ଏବଂ ପ୍ରଭୁ ରାମଙ୍କ ସହିତ ଜଡିତ ସମସ୍ତ ଗୁଣକୁ ପ୍ରତିନିଧିତ୍ୱ କରୁଛି ଧ୍ଵଜା । ଧ୍ଵଜାରେ କାଞ୍ଚନ ବୃକ୍ଷର ପ୍ରତିଛବି ରହିଛି  । ୧୯୧ ଫୁଟ ଉଚ୍ଚତାରେ ମନ୍ଦିର ଶିଖରରେ ୧୦ ଫୁଟ ଲମ୍ବ ଓ ୨୨ ଫୁଟ ଓସାରର ଏହି ଧ୍ଵଜା ଉଡୁଛି । ଏହାର ଓଜନ ପ୍ରାୟ ୧୧ କେଜି । ଧ୍ଵଜାରେ ରହିଛି ପ୍ରଭୁ ରାମଙ୍କ ପ୍ରତୀକ । ଧ୍ଵଜାରେ ‘ଓମ୍’ ଚିହ୍ନ ଖୋଦିତ ରହିଛି । ଏହି ଧ୍ଵଜାକୁ ପାରମ୍ପରିକ ଉତ୍ତର ଭାରତୀୟ ନାଗରା ସ୍ଥାପତ୍ୟ ଶୈଳୀରେ ନିର୍ମିତ ‘ଶିଖର’ ଉପରେ ସ୍ଥାପନ କରାଯାଇଛି । ୩ଟି ଲେୟାର ଫେବ୍ରିକରେ ଏହି ଧ୍ଵଜା ତିଆରି ହୋଇଛି ଓ ଏହାକୁ ନିର୍ମାଣ ଲାଗି ୨୫ ଦିନ ସମୟ ଲାଗିଛି । ଏହି ଧ୍ଵଜା ଅହମ୍ମଦାବାଦରେ ତିଆରି ହୋଇଛି ।

- Advertisement -

 

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories