www.samajalive.in
Friday, December 5, 2025
27.1 C
Bhubaneswar

ବଡ ଖବର: ୧୨ହଜାର ବର୍ଷ ପରେ ଫାଟିଲା ଜ୍ୱାଳାମୁଖୀ: ୪,୩୦୦ କି.ମି ଦୂର ଦିଲ୍ଲୀରେ ପହଞ୍ଚିଲା

ସମାଜ ଡିଜିଟାଲ ଡେସ୍କ: ଇଥୋପିଆରେ ୧୨ହଜାର ବର୍ଷ ପରେ ରବିବାର ହଠାତ୍‌ ଫାଟିଲା ଜ୍ୱାଳାମୁଖୀ । ଏହି ବିସ୍ଫୋରଣରୁ ନିର୍ଗତ ପାଉଁଶ ଏବଂ ସଲଫର ଡାଇଅକ୍ସାଇଡ୍‌ ପ୍ରାୟ ୧୫ହଜାର କିଲୋମିଟର ଉଚ୍ଚତାରେ ପହଞ୍ଚିଥିଲା । ଏହା ଲାଲ ସାଗର ଦେଇ ବ୍ୟାପି ୟେମେନ ଏବଂ ଓମାନରେ ପହଞ୍ଚିଥିଲା ।

ବିଳମ୍ବିତ ରାତିରେ ଏହି ଜ୍ୱାଳାମୁଖୀର ପାଉଁଶ ଇଥୋପିଆରୁ ୪,୩୦୦ କିଲୋମିଟର ଦୂର ଦିଲ୍ଲୀର ଆକାଶକୁ ମଧ୍ୟ ଅଚ୍ଛାଦିତ କରିଥିଲା । ଇଣ୍ଡିଆ ମେଟ୍‌ ସ୍କାଏ ୱେଦର ଆଲର୍ଟ ରିପୋର୍ଟ କରିଛି ଯେ ଏହି ପାଉଁଶ ମେଘ ରାଜସ୍ଥାନର ଯୋଧପୁର-ଜୈସଏମେରରୁ ଭାରତରେ ପ୍ରବେଶ କରିଛି ଏବଂ ଏବେ ଉତ୍ତର-ପୂର୍ବ ଆଡକୁ ଗତି କରୁଛି ।

- Advertisement -

ଏହି ପାଉଁଶ ମେଘ ରାଜସ୍ଥାନ, ହରିୟାଣା ଏବଂ ଦିଲ୍ଲୀ ଉପରେ ବ୍ୟାପୁଛି । ଏହା ଗୁଜୁରାଟକୁ ମଧ୍ୟ ଛୁଇଁପାରେ । ଏହା ରାତିରେ ପଞ୍ଜାବ, ପଶ୍ଚିମ ଉତ୍ତର ପ୍ରଦେଶର ପାହାଡି ଅଞ୍ଚଳ ଏବଂ ହିମାଚଳ ପ୍ରଦେଶକୁ ପ୍ରଭାବିତ କରିବାର ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ୧୧ଟି ବିମାନ ବାତିଲ ଘୋଷଣା କରିଛି ।

ବିଶେଷଜ୍ଞଙ୍କ ମତରେ ଏହି ପାଉଁଶ ମେଘର ଉଚ୍ଚତା ଏତେ ଅଧିକ ଯେ ସାଧାରଣ ଲୋକଙ୍କ ଜୀବନ ଉପରେ ଏହାର ପ୍ରଭାବ ସର୍ବନିମ୍ନ ହେବ । ତଥାପି, ଅଳ୍ପ ପରିମାଣର ପାଉଁଶ ପଡିବାର ଆଶା କରାଯାଉଛି । ଆଇଏମଡିବି ଅନୁଯାୟୀ ଏହି ପାଉଁଶ ସନ୍ଧ୍ୟା ୭ଟା ୩୦ମିନିଟ୍‌ ସୁଦ୍ଧା ଭାରତ ଛାଡି ଚୀନ ଆଡକୁ ମୁହାଁଇବ ।

 

 

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories