www.samajalive.in
Friday, December 5, 2025
23.1 C
Bhubaneswar

ବଢିଲା ନା କମିଲା, ଜାଣନ୍ତୁ ଆଜିର ସୁନା ଦର

ସମାଜ ଲାଇଭ୍ ଡ଼େସ୍କ: ଗୁରୁବାର ଅପେକ୍ଷା ଆଜି ଦେଶରେ ସୁନାଦର ସାମାନ୍ୟ ହ୍ରାସ ହୋଇଛି । ରାଜ୍ୟରେ ଆଜି ସୁନାଦରରେ ଏକ ଗ୍ରାମ ପିଛା ୧ଟଙ୍କା ହ୍ରାସ ହୋଇଛି । ଗତକାଲି ରାଜ୍ୟରେ ଏକ ଗ୍ରାମ୍‌ ପିଛା ୨୪ କ୍ୟାରେକ୍ଟ ସୁନା ଦର ୧୨,୪୨୬ ଟଙ୍କା ଥିଲା ବେଳେ ଆଜି ୧୨,୪୨୫ ଟଙ୍କା ଅଛି । ସେହିପରି ୨୨ କ୍ୟାରେକ୍ଟ ସୁନା ଦର ଏକ ଗ୍ରାମ୍‌ ପିଛା ଗତକାଲି ୧୧,୩୯୦ ଥିଲାବେଳେ ଆଜି ୧୧,୩୮୯ ଟଙ୍କା ରହିଛି । ଏହି ଦର କ୍ରମରେ ୧୮ କ୍ୟାରେକ୍ଟ ସୁନା ଦର ଏକ ଗ୍ରାମ୍‌ ପିଛା ଗତକାଲି ୯,୩୧୯ ଥିଲାବେଳେ ଆଜି ୯,୩୧୮ ଟଙ୍କା ରହିଛି । ଦିଲ୍ଲୀରେ ମଧ୍ୟ ସମାନ ଦର ହ୍ରାସ ହୋଇଛି ଏହି କ୍ରମରେ ଏକ ଗ୍ରାମ୍‌ ପିଛା ୨୪ କ୍ୟାରେକ୍ଟ ଦର ୧୨,୪୪୦ ଟଙ୍କା ,୨୨ କ୍ୟାରେକ୍ଟ ଦର ୧୧,୪୦୪ ଟଙ୍କା ଏବଂ ୧୪ କ୍ୟାରେକ୍ଟ ଦର ୯,୩୩୩ ଟଙ୍କା ରହିଛି । ମୁମ୍ବାଇରେ ଏକ ଗ୍ରାମ୍‌ ପିଛା ସୁନାଦର ୨୪ କ୍ୟାରେକ୍ଟ ର  ୧୨,୪୨୫ ଟଙ୍କା, ୨୨ କ୍ୟାରେକ୍ଟ ର ଦର  ୧୧,୩୮୯ ଟଙ୍କା ଓ ୧୮କ୍ୟାରେକ୍ଟ ର ଦର ୯,୩୧୮ ।

ସୁନା ଭଳି ରୂପା ଦର ମଧ୍ୟ ସାମାନ୍ୟ ହ୍ରାସ ହୋଇଛି । ଦେଶରେ ୧୦ ଗ୍ରାମ୍‌ ପିଛା ରୂପା ଦରରେ ଗତକାଲି ଅପେକ୍ଷା ଏକ ଟଙ୍କା ହ୍ରାସ ହୋଇଛି  । ଏହି କ୍ରମରେ ଗତକାଲି ରାଜ୍ୟରେ ରୂପା ୧୦ ଗ୍ରାମ୍‌ ପିଛା ୧୭୩୦ ଟଙ୍କା ଥିଲା ବେଳେ ଆଜି ୧୭୨୯ ଟଙ୍କା ରହିଛି । ସେହିଭଳି ଦିଲ୍ଲୀ ଏବଂ ମୁମ୍ବାଇରେ ଆଜି ରୂପା ୧୦ ଗ୍ରାମ୍‌ ପିଛା ୧,୬୪୯ ଟଙ୍କା ରହିଛି ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories