www.samajalive.in
Friday, December 5, 2025
27.1 C
Bhubaneswar

ବୈଠକରେ ନୀତିଶ ନିର୍ବାଚିତ

ସମାଜ ଲାଇଭ ଡ଼େସ୍କ : ବିହାରରେ ନୂତନ ସରକାର ଗଠନ ପାଇଁ ଆଜି ଏନଡିଏର ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ନୀତିଶ ଜେଡିୟୁର ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ବିହାର ବିଧାନସଭାରେ ଏନଡିଏ ସଦସ୍ୟଙ୍କ ସଂଖ୍ୟା ଗରିଷ୍ଠତା ପାଇଁ ପୁଣି ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ସ୍ଥିର ହୋଇଛି । ଆଗାମୀ କାର୍ଯ୍ୟସୂଚୀ ଅନୁସାରେ ଆଜି ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ଇସ୍ତଫା ପ୍ରଦାନ କରିବେ ନୀତିଶ ଏବଂ ବିଧାନସଭା ଭଙ୍ଗ କରିବେ । ନୂତନ ମନ୍ତ୍ରିମଣ୍ଡଳ ସହ ନୀତିଶ ଓ ଉପମୁଖ୍ୟମନ୍ତ୍ରୀ ୨୦ ତାରିଖରେ ଶପଥ ଗ୍ରହଣ କରିବେ । ଏନଡିଏ ମେଣ୍ଟ ବିଧାୟକ ଦଳ ବୈଠକ ଏବେ ମଧ୍ୟ ଚାଲିଥିବା ସୂଚନା ରହିଛି । ବୈଠକରେ କ୍ୟାବିନେଟ ବଣ୍ଟନ ଉପରେ ଆଲୋଚନା ଚାଲିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅର୍ଜୁନ ରାମ ମେଘୱାଲ, ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବିଜେପି ନେତା ସାଧ୍ୱୀ ନିରଞ୍ଜନ ଜ୍ୟୋତି ଏବଂ ବିନୋଦ ତାୱଡେ ବୈଠକରେ ଉପସ୍ଥିତ ଅଛନ୍ତି ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories