www.samajalive.in
Friday, December 5, 2025
27.1 C
Bhubaneswar

ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ପରମେଶ୍ବର ମନ୍ଦିର ନିକଟ ବାଇପାସ୍ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଗାଡି ଟି ବାଇକକୁ ଧକ୍କା ଦେଇ ହେଲମେଣ୍ଟ ସହ ମୁଣ୍ଡ ଉପରେ ଚଢିଯାଇଛି। ମୃତ ଯୁବକ ଜଣଙ୍କ ସାହାରପଡା ବ୍ଲକ ମଲ୍ଲାରପଦା ପଞ୍ଚାୟତ ବିନିଦା ଗ୍ରାମର ଜିତେନ୍ଦ୍ର ନାଏକ ବୋଲି ଜଣାପଡିଛି।

ନିକଟରେ ସେ ବିବାହ କରିଥିବା ବେଳେ ତାଙ୍କ ପତ୍ନୀ ୨ମାସର ଗର୍ଭବତୀ ଅଛନ୍ତି। ସେ ଢେଙ୍କାନାଳ କୋର୍ଟରେ କାର‌୍ୟ୍ୟ କରୁଥିବା ବେଳେ ଆଜି ଭୋରରୁ ଢେଙ୍କାନାଳ ଯାଉଥିଲେ। ପାଟଣା ପରମେଶ୍ବର ମନ୍ଦିର ନିକଟ ବାଇପାସ୍ ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଗାଡ଼ି ତାଙ୍କ ବାଇକ୍ କୁ ଧକ୍କା ଦେଇ ମୁଣ୍ଡ ଉପରେ ଚଢି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ହଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣା ସ୍ଥଳରେ ପାଟଣା ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ମେଡିକାଲ କୁ ନେଇ ଘଟଣା ତଦନ୍ତ କରୁଛି।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories