www.samajalive.in
Saturday, December 6, 2025
26.1 C
Bhubaneswar

ଭୟଙ୍କର ଦୁର୍ଘଟଣା : ୫ ମୃତ

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶ ଗ୍ଵାଲିୟରରେ ଆଜି ସକାଳେ  ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ପାଞ୍ଚ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ଗ୍ଵାଲିୟର-ଝାନସୀ ରାଜପଥର ମାଲୱା ମହାବିଦ୍ୟାଳୟ ସମ୍ମୁଖରେ ଏକ ଫର୍ଚୁନର କାର ଏକ ବାଲି ବୋଝେଇ ଟ୍ରାକ୍ଟର ସହିତ ଧକ୍କା ହୋଇଛି । ଦୁର୍ଘଟଣାଟି ସକାଳ ପ୍ରାୟ ୬ଟା ରୁ ୬:୩୦ ମଧ୍ୟରେ ଘଟିଥିବାବେଳେ ଘଟଣାକୁ ନେଇ ସାରା ଅଞ୍ଚଳରେ ଆତଙ୍କ ସୃଷ୍ଟି ହେବା ସହ ଯାତାୟାତ ଠପ୍ ହୋଇଯାଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ ଆଜି ସକାଳେ ଏକ ଫଚ୍ୟୁନର କାରରେ ୫ ଜଣ ବନ୍ଧୁ ଡାବ୍ରାରୁ ଫେରୁଥିଲେ । ଏହି ସମୟରେ ମାଲୱା କଲେଜ ନିକଟରେ ଏକ ଟ୍ରାକ୍ଟର ଉକ୍ତ କାରକୁ ଧକ୍କା ହୋଇଥିଲା । ଫଳରେ କାରରେ ଥିବା ସମସ୍ତ ଯାତ୍ରୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ନିୟନ୍ତ୍ରଣ କକ୍ଷରୁ ସୂଚନା ପାଇବା ପରେ ଅମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା , କିନ୍ତୁ କୌଣସି ଯାତ୍ରୀଙ୍କୁ ବଞ୍ଚାଇ ପାରି ନଥିଲା । ପୁଲିସ ତୁରନ୍ତ ପହଞ୍ଚି ଜାଣିବାକୁ ପାଇଲା ଯେ କାରରେ ଥିବା ସମସ୍ତ ପାଞ୍ଚ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ମୃତକମାନେ ସ୍ଥାନୀୟ ଦୀନଦୟାଲ ନଗରର ବାସିନ୍ଦା ବୋଲି ଜଣାପଡିଛି । ମୃତକମାନେ ହେଲେ କ୍ଷିତିଜ ଓରଫ ପ୍ରିନ୍ସ ରାଜାୱତ, କୌଶଳ ଭାଦୋରିଆ, ଆଦିତ୍ୟ ପ୍ରତାପ ସିଂହ ଜାଦୌନ, ଅଭିମନ୍ୟୁ ସିଂହ ଏବଂ ଶିବମ ରାଜପୁରୋହିତ । ପୁଲିସ୍‌ ନିକଟବର୍ତ୍ତୀ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି।

 

- Advertisement -

 

 

 

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories