www.samajalive.in
Wednesday, December 10, 2025
26.1 C
Bhubaneswar

ରାଇଜିଂଷ୍ଟାର୍ସ ଏସିଆ କପ କ୍ରିକେଟ: ବୈଭବଙ୍କ ଶତକ, ଭାରତ ‘ଏ’ ବିଜୟୀ

ନୂଆଦିଲ୍ଲୀ: କାତାରର ଦୋହାରେ ଚାଲିଥିବା ଏସିଆ କପ ରାଇଜିଂଷ୍ଟାର୍ସ ଟ୍ବେଣ୍ଟି-୨୦ କ୍ରିକେଟ ପ୍ରତିଯୋଗିତା -୨୦୨୫ରେ ଭାରତ -ଏ ବୃହତ ବିଜୟ ହାସଲ କରିଛି। ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଭାରତ -ଏ ୧୪୮ ରନରେ ୟୁଏଇକୁ ପରାସ୍ତ କରିଛି। ଭାରତ-ଏ ବୈଭବ ସୂର୍ଯ୍ୟବଂଶୀଙ୍କ ୧୪୪ରନ ବଳରେ ବିଶାଳ ୨୯୭ରନ କରିଥିଲା। ଜବାବରେ ୟୁଏଇ ୭ ୱିକେଟରେ ୧୪୯ରନ କରିବାକୁ ସକ୍ଷମ ହୋଇଥିଲା। ସୋଏବ ଖାନ ୬୩, ମହମ୍ମଦ ଅର୍ଫାନ ୨୪ ରନ କରିଥିଲେ। ଭାରତ -ଏ ପକ୍ଷରୁ ଗୁର୍‌ଜନପ୍ରୀତ ସିଂହ ୩ଟି, ହର୍ଷ ଦୁବେ ୨ଟି, ରମଣଦୀପ ସିଂହ ଓ ୟଶ ଠାକୁର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଭାରତ -ଏ ପ୍ରଥମେ ବ୍ୟାଟିଂ କରି ୪ ୱିକେଟରେ ୨୯୭ରନ କରିଥିଲା। ବୈଭବ ସୂର୍ଯ୍ୟବଂଶୀ ୪୨ଟି ବଲରୁ ୧୧ଟି ଚୌକା ଓ ୧୫ଟି ଛକା ସହ ୧୪୪ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରିୟାଂଶ ଆର୍ଯ୍ୟ ୧୦, ନମନ ଧିର ୩୪ ଓ ନେହାଲ ୱାଧେରା ୧୪ରନ କରି ଆଉଟ୍‌ ହୋଇଥିବାବେଳେ ଜିତେଶ ଶର୍ମା ୮୩ ଓ ରମଣଦୀପ ସିଂହ ୬ରନ କରି ଅପରାଜିତ ରହିଥିଲେ। ୟୁୂଏଇ ପକ୍ଷରୁ ମହମ୍ମଦ ଫାଜାଉଦ୍ଦିନ ଓ ଆଫଜଲ ଖାନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories