www.samajalive.in
Friday, December 5, 2025
23.1 C
Bhubaneswar

ଦିଲ୍ଲୀ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ, ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ…

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆର ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ସ୍ଥିତି ବହୁତ ଗୁରୁତର ହେବାରେ ଲାଗିଛି ଯାହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଏହା ସହିତ ସୁପ୍ରିମକୋର୍ଟ ବରିଷ୍ଠ ଓକିଲକୁ କୋର୍ଟ ନ ଆସି ଆଭାସୀ ଜରିଆରେ ଉପସ୍ଥିତ ରହିବାକୁ ନିର୍ଦେଶ ଦେଇଛନ୍ତି। ଗୁରୁବାର ଜଷ୍ଟିସ୍ ପି ଏସ୍ ନରସିହ୍ମା ଏବଂ ଜଷ୍ଟିସ୍ ଅତୁଲ ଏସ୍ ଚନ୍ଦୁରକରଙ୍କ ପୀଠରେ ଅନ୍ୟ ମାମଲାର ମଧ୍ୟ ଶୁଣାଣି ଚାଲିଥିଲା। ଏହି ସମୟରେ ଜଷ୍ଟିସ୍ ନରସିହ୍ମା କହିଛନ୍ତି ଯେ ପ୍ରଦୂଷଣ ସ୍ଥିତି ବହୁତ ଖରାପ ଓ ଗମ୍ଭୀର। ଏହା ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ବୋଲି କହିବା ସହ ସମସ୍ତେ ଆଭାସୀ ମାଧ୍ୟମରେ ଉପସ୍ଥିତ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ଓକିଲ କପିଲ ସିବ୍ବଲ ମଧ୍ୟ କହିଛନ୍ତି ଯେ ସମସ୍ତଙ୍କୁ ମାସ୍କ ଲଗାଇବା ପ୍ରତି ଧ୍ୟାନ ଦେବା ଉଚିତ୍।  ସୂଚନାଯୋଗ୍ୟ ଶୁକ୍ରବାର ମଧ୍ୟ ଦିଲ୍ଲୀ ବାୟୁର ଗୁଣବତ୍ତାରେ ସୁଧାର ଆସିନି। ସକାଳ ୮ଟାରେ ଏୟାର କ୍ବାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ) ୩୯୭ ରହିଛି ଯାହା ବହୁତ ଖରାପ ଶ୍ରେଣୀ ଅନ୍ତର୍ଭୁକ୍ତ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories