www.samajalive.in
Sunday, December 7, 2025
15.1 C
Bhubaneswar

ଆଜି ବିହାର ଜନାଦେଶ: ନୀତୀଶ ନା ତେଜସ୍ବୀ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର ଭୋଟ ଗଣତି ଶୁକ୍ରବାର ଅନୁଷ୍ଠିତ ହେବ। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ରାଜ୍ୟର ୨୪୩ଟି ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଛି। ଦୁଇଟି ପର୍ଯ୍ୟାୟରେ ୬୬.୯୧ ପ୍ରତିଶତ ମତଦାନ ହୋଇଛି। ଭୋଟ ଗଣତି ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଅନ୍ୟାନ୍ୟ ପ୍ରସ୍ତୁତି କରାଯାଇଛି। ରାଜ୍ୟର ୩୮ଟି ଜିଲାର ୪୬ଟି କେନ୍ଦ୍ରରେ ଭୋଟ ଗଣତି ହେବ। ଭୋଟ ଗଣତି ପରେ କୌଣସି ଦଳକୁ ବିଜୟ ଉତ୍ସବ ପାଳନ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଡିଜିପି ବିଜୟ କୁମାର କହିଛନ୍ତି। ନିର୍ବାଚନ ଆୟୋଗଙ୍କ ଗାଇଡଲାଇନ ଅନୁଯାୟୀ ବିଜୟୀ ଦଳକୁ ବିଜୟ ଉତ୍ସବ ପାଳନ କରିବାକୁ ଅନୁମତି ଦିଆଯିବ ନାହିଁ। ଭୋଟ ଗଣତି ପୂର୍ବରୁ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଆରଜେଡି ନେତା ସୁନୀଲ ସିଂହଙ୍କ ବିରୋଧରେ ଏତଲା ଦାୟର କରାଯାଇଛି। ଗୁରୁବାର ସୁନୀଲ କହିଥିଲେ ଯେ ଭୋଟ ଗଣତି ସମୟରେ ଜନାଦେଶକୁ ଚୋରି କରାଗଲେ ନେପାଳ ଓ ବାଂଲାଦେଶ ଭଳି ପରିସ୍ଥିତି ସୃଷ୍ଟି ହେବ। ଭୋଟ ଗଣତିରେ ନିଯୁକ୍ତ ଅଧିକାରୀମାନେ କୌଣସି ପ୍ରକାର ଜାଲିଆତି ନ କରିବାକୁ ସେ ଚେତାବନୀ ଦେଇଥିଲେ। ମହାମେଣ୍ଟ ନେତା ତେଜସ୍ବୀ ଯାଦବ ବୁଧବାର ତାଙ୍କ ବାସଭବନରେ ମେଣ୍ଟ ନେତାଙ୍କ ବୈଠକ କରିଛନ୍ତି।

ବୈଠକରେ ଭିଆଇପି ସଭାପତି ମୁକେଶ ସାହାଣୀ, ସିପିଆଇ(ଏମଏଲ୍‌) ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ। ବୈଠକରେ ତେଜସ୍ବୀ କହିଛନ୍ତି ଭୋଟ ଗଣତି ପ୍ରକ୍ରିୟାରେ କୌଣସି ପ୍ରକାର ଅନିୟମିତତା ବା ଅସାମ୍ବିଧାନିକ କାର୍ଯ୍ୟ କରାଗଲେ ଏହାକୁ ପ୍ରତିବାଦ କରାଯିବ। ବିହାର ମତଦାନ ପରେ ବିଭିନ୍ନ ଏଜେନ୍ସି ପକ୍ଷରୁ ପ୍ରକାଶିତ ବୁଥ ବାହୁଡା ମତ (ଏକଜିଟ୍‌ ପୋଲ୍‌) ଅନୁଯାୟୀ ନିର୍ବାଚନରେ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ ପୂର୍ବକ କ୍ଷମତା ବଜାୟ ରଖିବ। ମହାମେଣ୍ଟ କ୍ଷମତାକୁ ଫେରିବାର ସମ୍ଭାବନା ନାହିଁ ବୋଲି ବୁଥ ବାହୁଡା ମତରେ ପୂର୍ବାନୁମାନ କରାଯାଇଛି। ତେବେ ଭୋଟ ଗଣତି ପରେ ବାସ୍ତବ ଫଳ ଜଣାପଡିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories