www.samajalive.in
Friday, December 5, 2025
23.1 C
Bhubaneswar

ଦେବୀ ନଦୀରେ ୩ ନିଖୋଜ ଘଟଣା, ମିଳିଳା ଜଣଙ୍କ ମୃତଦେହ

ସମାଜଲାଇଭ ଡେସ୍କ: ଜଗତସିଂହପୁର ଜିଲା ସିମଳଦା ଗାଁ ନିକଟ ଦେବୀ ନଦୀରେ ନିଖୋଜ ହୋଇଯାଇଥିବା ୩ ଜଣଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଜାଲରେ ଜଣେ ଯୁବକଙ୍କ ମୃତଦେହ ଲାଗିଛି। ତାଙ୍କ ପରିଚୟ ମିଳିପାରି ନାହିଁ।

ସୂଚନା ଅନୁସାରେ, ଗୁରୁବାର ଦେବୀ ନଦୀ ଭିତରେ ଏକ ଷଣ୍ଢ ପଶିଯାଇଥିଲା। ଷଣ୍ଢକୁ ଘଉଡ଼ାଇବା ଲାଗି ୩ ଯୁବକ ନଦୀରେ ପଶିଥିଲେ। କୂଳରେ ପ୍ୟାଣ୍ଟ, ଶାର୍ଟ ରଖି ନଦୀରେ ପ୍ରବେଶ କରିଥିଲେ। କିନ୍ତୁ ପରେ ସେମାନଙ୍କ ଖୋଜଖୋବର ମିଳି ନ ଥିଲା। କିଛି ଲୋକ କୂଳରେ ପ୍ୟାଣ୍ଟଶାର୍ଟ ରଖାଯାଇଥିବା ଏବଂ ନଦୀରେ ଷଣ୍ଢକୁ ଦେଖି ସନ୍ଦେହ କରି ପୁଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ଯୁବକଙ୍କୁ ଖୋଜାଖୋଜି କରିଥିଲେ ହେଁ ପାଇ ନ ଥିଲା। ପରେ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ଅନ୍ୟ ୨ ଯୁବକଙ୍କ ପତ୍ତା ମିଳିପାରି ନାହିଁ।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories