ସମାଜ ଲାଇଭ୍ ଡେସ୍କ : ଦିଲ୍ଳୀ ବିସ୍ଫୋରଣ ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛି ବିଜେପି। ସେ କେଉଁଠି ଥିଲେ ଓ କାହିଁକି ମୁଁହ ଖୋଲୁନାହାନ୍ତି ବୋଲି ବିଜେପି ପ୍ରଶ୍ନ କରିଛି । ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ଭୟଙ୍କର ବିସ୍ଫୋରଣ ଘଟଣାରେ ବିରୋଧି ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି ବିହାର ବିଜେପି ମୁଖ୍ୟ ଦିଲୀପ ଜୟସୱାଲ । ଦିଲୀପ ରାହୁଲଙ୍କୁ ପ୍ରଶ୍ନ କରି କହିଛନ୍ତି ଯେ “ମୁଁ ରାହୁଲ ଗାନ୍ଧୀଙ୍କୁ ପଚାରିବାକୁ ଚାହୁଁଛି ଏହି ଘଟଣା ଘଟିବା ସମୟରେ ସେ କେଉଁଠି ଥିଲେ ? ମୁଁ ଜାଣିଛି ଯେ ସେ ପ୍ରିୟଙ୍କା ଗାନ୍ଧୀଙ୍କ ସହିତ ଭାରତ ବାହାରକୁ ଯାଇଥିଲେ । ଏହା ସହିତ ପ୍ରଶ୍ନ କରିଛନ୍ତି ସେ ଆତଙ୍କବାଦ ବିରୁଦ୍ଧରେ ରାହୁଲ କାହିଁକି କହୁନାହାଁନ୍ତି?”



