www.samajalive.in
Monday, December 8, 2025
24.1 C
Bhubaneswar

ଶାହିନକୁ ନେଇ ବଡ଼ ଖୁଲାସା, ଭାରତରେ ମହିଳାଙ୍କୁ ଆତଙ୍କୀ ସଂଗଠନରେ ଭର୍ତ୍ତି କରିବାକୁ ମାସୁଦର ଭଉଣୀ ଦେଇଥିଲା ଦାୟିତ୍ଵ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣର ତଦନ୍ତ ଚାଲିଥିବା ସମୟରେ ଆତଙ୍କୀ ନେଟଓ୍ବର୍କର ନୂଆ ଚେହେରା ସାମ୍ନାକୁ ଆସିଛି। ତାହା ହେଉଛି ଜୈଶ-ଏ-ମହମ୍ମଦ(ଜେଇଏମ)ର ମହିଳା ଓ୍ବିଙ୍ଗ ବା ଶାଖା। ଫରୀଦାବାଦରୁ ଗିରଫ ହୋଇଥିବା ମହିଳା ଡାକ୍ତର ଶାହିନ ଶହୀଦକୁ ନେଇ ତଦନ୍ତକାରୀ ସଂସ୍ଥା ଏପରି ଖୁଲାସା କରିଛି।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଡା. ଶାହିନଙ୍କୁ ଜୈଶର ମହିଳା ସଂଗଠନ ଜମାତ-ଉଲ-ମୋମିନୀନର ମଙ୍ଗ ସମ୍ଭାଳିବା ଦାୟିତ୍ଵ ଦିଆଯାଇଥିଲା। ଭାରତରେ ମହିଳାମାନଙ୍କୁ ଆତଙ୍କୀ ସଂଗଠନରେ ସାମିଲ କରିବା, ସେମାନଙ୍କ ବ୍ରେନ ଓ୍ବାଶ କରିବା ଏବଂ ଅପରେସନ ନେଟଓ୍ବର୍କ ବିସ୍ତାର କରିବା ଲାଗି ଶାହିନଙ୍କୁ ନିର୍ଦେଶ ରହିଥିଲା। ଏହି ନେଟଓ୍ବର୍କ ସାମାଜିକ ଗଣମାଧ୍ୟମ ଜରିଆରେ ଧୀରେ ଧୀରେ ନିଜର କାୟା ବିସ୍ତାର କରୁଥିଲା। ସ୍ଥାନୀୟ ସମର୍ଥକଙ୍କ ସହାୟତାରେ ତୃଣମୂଳ ସ୍ତରରେ କାମ ଆରମ୍ଭ ହୋଇସାରିଥିଲା। ଶହିନ ପ୍ରତି ମୁହୂର୍ତ୍ତରେ ପାକିସ୍ତାନରେ ଥିବା ଆତଙ୍କୀ ସଂଗଠନର ହ୍ୟାଣ୍ଡଲରଙ୍କ ସମ୍ପର୍କରେ ରହିଥିଲେ ବୋଲି ତଦନ୍ତକାରୀ ସଂସ୍ଥା ସୂଚନା ପାଇଛି।

- Advertisement -

ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଶାହିନଙ୍କୁ ଏହି ଦାୟିତ୍ଵ ଦେଇଥିବା ବ୍ୟକ୍ତି ଅନ୍ୟ କେହି ନୁହେଁ, ବରଂ ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ମାସୁଦ ଆଝାରର ଭଉଣୀ ସାଦିୟା ଅଝର। ମାସୁଦ ଜୈଶର ପ୍ରତିଷ୍ଠାତା ଏବଂ ତା’ ଭଉଣୀ ସାଦିୟା ଜୈଶର ମହିଳା ଶାଖାର ମୁଖ୍ୟ। ସାଦିୟାର ସ୍ଵାମୀ ୟୁସୁଫ ଅଝର ସେହି ଆତଙ୍କବାଦୀ, ଯିଏ କାନ୍ଦାହାର ବିମାନ ଅପହରଣ ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ଥିଲା।

ବର୍ତ୍ତମାନ ତଦନ୍ତକାରୀ ସଂସ୍ଥା ଶାହିନର ଡିଜିଟାଲ ନେଟଓ୍ବର୍କ, ସାମାଜିକ ଗଣମାଧ୍ୟମ ସମ୍ପର୍କ ଏବଂ ସମ୍ଭାବ୍ୟ ସହଯୋଗୀମାନଙ୍କୁ ଖୋଜୁଛି। ଏସବୁରୁ ଏହା ସ୍ପଷ୍ଟ ହେଉଛି ଯେ, ଜୈଶ ବର୍ତ୍ତମାନ ଆଉ ପାଦେ ଆଗକୁ ଯାଇ ଭାରତରେ ମହିଳାମାନଙ୍କୁ ଆତଙ୍କବାଦୀ ସଂଗଠନରେ ସାମିଲ କରିବା ଦିଗରେ ଷଡ଼ଯନ୍ତ୍ର କରୁଛି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories