www.samajalive.in
Friday, December 5, 2025
27.1 C
Bhubaneswar

ବିସ୍ଫୋରଣ ପଛରେ ଏହି ସଂଗଠନ ଦାୟୀ! ଅପରେସନ ସିନ୍ଦୂରର ବଦଲା କହିଲା

ନୂଆଦିଲ୍ଲୀ: ଲାଲକିଲ୍ଲା ନିକଟରେ କାର ବିସ୍ଫୋରଣ ପରେ ଆତଙ୍କବାଦୀଙ୍କ ଏକ ପୋଷ୍ଟ ଭାଇରାଲ ହେଉଛି । ଏଥିରେ ଲସ୍କର-ଏ-ତୈବା ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି । ଏକ ସୋସିଆଲ ମିଡିଆ ପୋଷ୍ଟରେ ପାକିସ୍ତାନୀ ସଂଗଠନ ଲସ୍କର-ଏ-ତୈବା ଭାରତରେ ବୋମା ବିସ୍ଫୋରଣ ପାଇଁ ଦାୟୀ ବୋଲି ଦାବି କରିଛି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟେଲିଗ୍ରାମରେ ଲସ୍କର-ଏ-ତୈବା ନାମରେ ଏକ ପୋଷ୍ଟ ଭାଇରାଲ ହେଉଛି । ତଥାପି ଏହା କେତେ ସତ୍ୟ ତାହା ଜଣାପଡିନାହିଁ ।

ପୋଷ୍ଟରେ କୁହାଯାଇଛି ଯେ ଅପରେସନ ସିନ୍ଦୂର ସମୟରେ ଏକ ଭାରତୀୟ କ୍ଷେପଣାସ୍ତ୍ର ପିଓକେର ବିଲାଲ ମସଜିଦ ଉପରେ ଆକ୍ରମଣ କରିଥିଲା । ଏହା ତହାର ପ୍ରତିଶୋଧ ବୋଲି କୁହାଯାଉଛି । ପୁଲିସ ଏହି ଭାଇରାଲ ପୋଷ୍ଟର ତଦନ୍ତ କରୁଛି ।

- Advertisement -

ପୋଷ୍ଟରେ କୁହାଯାଇଛି ଯେ ରାଜଧାନୀ ଦିଲ୍ଲୀରେ ନଭେମ୍ବର ୧୦ ସନ୍ଧ୍ୟା ୫ଟାରେ ଲସ୍କର-ଏ-ତୈବାଙ୍କ ସାହାସୀ ଏବଂ ନିର୍ଦ୍ଦୟ ବାଘମାନେ ଆକ୍ରମଣ କରିଥିଲେ । କିଛି ମାସ ପୂର୍ବେ କାଶ୍ମୀରର ବିଲାଲ ମସଜିଦରେ ସହିଦଙ୍କ ପ୍ରତିଶୋଧ ନେବା ପାଇଁ ଏହି ଆକ୍ରମଣ କରାଯାଇଥିଲା । ଯେଉଁଥିରେ ୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ଦାବି କରାଯାଇଛି । କାଶ୍ମୀର ମୁକ୍ତ ନହେବା ଏବଂ ଭାରତ ଧ୍ୱଂସ ନହେବା ପର୍ଯ୍ୟନ୍ତ ଏହି ଲଢେଇ ଜାରି ରହିବ ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories