www.samajalive.in
Friday, December 5, 2025
23.1 C
Bhubaneswar

ପ୍ରଶାସନ ଶୁଣିଲାନି: ଗାଁ ରାସ୍ତା ମରାମତି କଲେ କୁରୁକୁଟି ଗ୍ରାମବାସୀ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ସେରିଗୁମ୍ମା  ପଞ୍ଚାୟତର କୁରୁକୁଟି ଗ୍ରାମ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ଦୀର୍ଘ ଦିନ ଧରି ଅଞ୍ଚଳବାସୀ ଗୁହାରି କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାସ୍ତା ମରାମତି ନ ହେବାରୁ ଶେଷରେ ଗ୍ରାମବାସୀ ଚାନ୍ଦା ଆଦାୟ କରି ନିଜେ ଶ୍ରମଦାନ କରି ରାସ୍ତା ମରାମତି କରିଛନ୍ତି।

ସରପଞ୍ଚଠୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଗୁହାରୀ କରିବା ପରେ ବି ରାସ୍ତା କାମ ନ ହେଉଥିବା ଯୋଗୁ ଗାଁକୁ ଆମ୍ବୁଲାନ୍ସ ଆସିବା ସମ୍ଭବ ହୋଇପାରୁ ନାହିଁ। ଏମିତି କି ରାସ୍ତା ଖରାପ ଯୋଗୁ ଅନେକ ଦୁର୍ଘଟଣା ଘଟିଛି। ପୂର୍ବରୁ ଗର୍ଭବତୀ ମହିଳାମାନଙ୍କୁ ଭାରରେ ବୁହା ହୋଇଥିବା ନଜିର ମଧ୍ୟ ରହିଛି। ଅନେକ ନେତା, ମନ୍ତ୍ରୀ, ବିଧାୟକ, ସାଂସଦଙ୍କୁ କହିବା ପରେ ବି କେହି କର୍ଣ୍ଣପାତ କରିନାହାନ୍ତି। ୨୪ ବର୍ଷ ଗତ ସରକାର ଏବଂ ଚଳିତ ୧୬ ମାସର ସରକାରରେ ବି ଗ୍ରାମ ରାସ୍ତା ହେବା ସ୍ବପ୍ନ ପାଲଟି ଯାଇଛି। ଏହି ସମସ୍ୟା ଭିତରେ ଆଗାମୀ ନିର୍ବାଚନରେ ଗାଁ ଲୋକ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଥିବା କହିଛନ୍ତି।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories