www.samajalive.in
Friday, December 5, 2025
23.1 C
Bhubaneswar

ଶେଷ ଟି-୨୦ ବାତିଲ: ସିରିଜ କବଜା କଲା ଭାରତ

ସମାଜଲାଇଭ ଡେସ୍କ: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ କବଜା କରିଛି ଭାରତ। ଶେଷ ମ୍ୟାଚଟି ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିବାବେଳେ ଟିମ ଇଣ୍ଡିଆ ୨-୧ରେ ଶୃଙ୍ଖଳା ହାତେଇଛି। ଶନିବାର ଅନୁଷ୍ଠିତ ଶେଷ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟି କରି ୪.୫ ଓଭରରେ ୫୨ ରନ ସଂଗ୍ରହ କରିଥିଲା। ଏହା ପରେ ବର୍ଷା ହେବାରୁ ଖେଳକୁ ବନ୍ଦ ରଖାଯାଇଥିଲା। ଅନେକ ସମୟ ଧରି ବର୍ଷା ଜାରି ରହିବାରୁ ଶେଷରେ ମ୍ୟାଚକୁ ବାତିଲ କରାଯାଇଥିଲା। ଅଭିଶେଷ ଶର୍ମା ୨୩ ଏବଂ ଶୁବମନ ଗିଲ ୨୯ ରନ କରି ଅପରାଜିତ ରହିଥିଲେ।

୫ଟି ମ୍ୟାଚରେ ୧୬୩ ରନ କରିଥିବା ଅଭିଶେକ ଶର୍ମାଙ୍କୁ ପ୍ଲେୟାର ଅଫ ଦ ସିରିଜ ବିବେଚନା କରାଯାଇଥିଲା। ଭାରତୀୟ ଦଳ ପୂର୍ବରୁ ଦିନିକିଆ ସିରିଜରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲା। ଟି-୨୦ରେ ଏହାର ପ୍ରତିଶୋଧ ନେଇଛି।

Hot this week

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

Related Articles

Popular Categories