ସମାଜ ଲାଇଭ ଡେସ୍କ : ରାଜଧାନୀର ବହ ଚର୍ଚ୍ଚିତ ଚିନ୍ମୟ ହତ୍ୟାକାଣ୍ଡରେ କମିଶନରେଟ ପୁଲିସ୍ର ବଡ଼ କାର୍ଯ୍ୟାନୁଷ୍ଠାନ । ମୁଖ୍ୟ ଅଭିଯୁକ୍ତର ବ୍ୟବସାୟିକ ପ୍ରତିଷ୍ଠାନରେ ବୁଲିଛି ବୁଲ୍ଡୋଜର । ଗତ ଏପ୍ରିଲ୍ରେ ଏୟାରଫିଲ୍ଡ ଥାନା ଅଞ୍ଚଳରେ ହୋଇଥିବା ଚିନ୍ମୟ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଟୁଲୁ ମହାନ୍ତିର ଦୋକାନରେ ବୁଲ୍ଡୋଜର ଚଢ଼ାଇଛି ପୁଲିସ୍ । ଟୁଲୁ ବହୁଦିନ ଧରି ସରକାରୀ ଜମିରେ ଦୋକାନ କରି ନିଜର ପତିଆରା ଜାହିର କରି ଆସୁଥିଲା । ଆଜି କମିଶନରେଟ ପୁଲିସ୍ ଉକ୍ତ ଦୋକାନକୁ ବୁଲ୍ଡୋଜର ରେ ଭାଙ୍ଗି ମାଟିରେ ମିଶାଇଛି । ମାମଲାରେ ମୋଟ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଏବେବି ଏକାଧିକ ଅଭିଯୁକ୍ତ ଫେରାର ଅଛନ୍ତି ।



