www.samajalive.in
Friday, December 5, 2025
27.1 C
Bhubaneswar

ପୀତବାସ ହତ୍ୟା ମାମଲା: ସପକ୍ଷରେ ଲଢିବେ ୨୦୯ ଆଇନଜୀବୀ

ବ୍ରହ୍ମପୁର: ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ହତ୍ୟା ମାମଲାରେ ନୂଆ ମୋଡ ଦେଖିବାକୁ ମିଳିଛି। ପୀତବାସଙ୍କ ସପକ୍ଷରେ ମାମଲା ଲଢିବାକୁ ୨୦୯ ଜଣ ଆଇନଜୀବୀ ପ୍ରସ୍ତୁତ ହୋଇଛନ୍ତି। ଶୁକ୍ରବାର ଗଞ୍ଜାମ ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଶିଶିର ପାଣିଗ୍ରାହୀଙ୍କ ନେତୃତ୍ବରେ ୨୦୯ ଜଣ ଆଇନଜୀବୀ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ପହଞ୍ଚି ଓକିଲାତିନାମାରେ ଦସ୍ତଖତ କରିଥିଲେ। ପୂର୍ବରୁ ଏହି ମାମଲାର ଅଭିଯୁକ୍ତ ଥିବା ଗଞ୍ଜାମ ଜିଲା ବିଜେଡି ସଭାପତି ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସପକ୍ଷରେ ମାମଲା ଲଢିବାକୁ ୫୩ ଜଣ ଆଇନଜୀବୀ ଓକିଲାତିନାମାରେ ଦସ୍ତଖତ କରିଥିଲେ। ସେହିକ୍ରମରେ ଆଜି ପୀତବାସଙ୍କ ସପକ୍ଷରେ ୨୦୯ ଜଣ ଓକିଲାତିନାମା ଦାଖଲ କରିଥିବା କୁହାଯାଉଛି।

ପୀତବାସ ହତ୍ୟା ମାମଲା ରାଜ୍ୟବ୍ୟାପୀ ଚର୍ଚ୍ଚାରେ ରହିଥିବା ବେଳେ ବର୍ତ୍ତମାନ ଗଞ୍ଜାମ ଓକିଲ ସଂଘର ସଦସ୍ୟମାନେ ଗୋଟିଏ ମାମଲାରେ ୨ ପକ୍ଷରେ ଛିଡା ହୋଇଥିବା ଦେଖିବାକୁ ମିଳିଛି। ପୀତବାସ ଜଣେ ଆଇନଜୀବୀ ହୋଇଥିବା ବେଳେ ବିକ୍ରମ ମଧ୍ୟ ଜଣେ ଆଇନଜୀବୀ ଓ ସେ ଗଞ୍ଜାମ ଓକିଲ ସଂଘର ସଦସ୍ୟ ଅଛନ୍ତି। ଉଭୟଙ୍କ ମଧ୍ୟରେ ବହୁ ବର୍ଷର ଘନିଷ୍ଠତା ରହିଥିଲା। ଉଭୟ ଗୋଟିଏ ଦଳରେ କାମ କରିବା ଆଇନଜୀବୀ ଓ ସଂଘର ବିଭିନ୍ନ ସମସ୍ୟା ସମାଧାନ ପାଇଁ ଉଦ୍ୟମ କରି ଆସୁଥିଲେ। ଉଭୟ ୨ଟି ପୃଥକ ରାଜନୈତିକ ଦଳରେ ସକ୍ରିୟ ରହିଥିଲେ। ଅଲଗା ହେବା ପରେ ଉଭୟଙ୍କ ମଧ୍ୟରେ ରାଜନୈତିକ ଓ ବ୍ୟବସାୟିକ ଶତ୍ରୁତା ବଢିଥିଲା ଓ ​ସେହି ଶତ୍ରୁତାକୁ କେନ୍ଦ୍ର କରି ପୀତବାସଙ୍କୁ ହତ୍ୟା ପାଇଁ ବିକ୍ରମ ଓ ପିଣ୍ଟୁ ଦାସ ନିର୍ଦେଶ ଦେଇଥିଲେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

- Advertisement -

ଅନ୍ୟପକ୍ଷରେ ଆଜି ଏସଡିଜେଏମ କୋର୍ଟରେ ବିକ୍ରମଙ୍କୁ ବ୍ୟକ୍ତିଗତ ବଣ୍ଡରେ ଛାଡି ଦେବାକୁ ପିଟିସନ ଦାଖଲ ହୋଇଛି। ଆଇନଜୀବୀ କେକେ ପାଣିଗ୍ରାହୀ ଏହି ପିଟିସନ ଦାଖଲ କରିଥିବା ବେଳେ ବିକ୍ରମଙ୍କ ନାମରେ ପୂର୍ବରୁ କୌଣସି ଆପରାଧିକ ମାମଲା ନାହିଁ, ତେଣୁ ତାଙ୍କୁ ଛାଡି ଦିଆଯାଉ ବୋଲି ଉଲ୍ଲେଖ କରିଛନ୍ତି। ସେହି ପିଟସନକୁ ପୀତବାସଙ୍କ ପପକ୍ଷରେ ମାମଲା ଲଢିବାକୁ ୱାକାଲତନାମା ଦାଖଲ କରିଥିବା ଆଇନଜୀବୀମାନେ ଅଦାଲତରେ ବିରୋଧ କରିଥିଲେ। ପୀତବାସ ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ଥିବାବେଳେ ତାଙ୍କୁ ହତ୍ୟା କରାଯାଇଛି। ତାଙ୍କ ପୁଅକୁ ମଧ୍ୟ ନିକଟରେ ହତ୍ୟା ଧମ ମିଳିଛି। ତେଣୁ କେକେ ପାଣିଗ୍ରାହୀଙ୍କ ପିଟିସନ ଗ୍ରହଣ କରାଗଲେ ଭବିଷ୍ୟତରେ ଅସୁବିଧା ରହିଛି ବୋଲି ପୀତବାସ ସପକ୍ଷ ଆଇନଜୀବୀମାନେ ଯୁକ୍ତି ବାଢିଥିଲେ। ଏହି ପିଟିସନର ଶୁଣାଣି ଆସନ୍ତା ୧୩ ତାରିଖରେ କରିବାକୁ ଅଦାଲତ ପକ୍ଷରୁ ଦିନ ଧାର୍ଯ୍ୟ ହୋଇଛି। ପ୍ରକାଶଥାଉକି, ଏହି ହତ୍ୟା ମାମଲାରେ ପୀତବାସଙ୍କ ପାଇଁ ମାମଲା ଲଢିବାକୁ ୨ ଜଣ ବରିଷ୍ଠ ସରକାରୀ ଆଇନଜୀବୀଙ୍କୁ ନିଯୁକ୍ତି କରିବାକୁ କିଛି ଦିନ ତଳେ ବ୍ରହ୍ମପୁର ଏସପି ରାଜ୍ୟ ପୁଲିସ ମୁଖ୍ୟାଳୟକୁ ଚିଠି ଲେଖିଥିଲେ। ସେହିକ୍ରମରେ ସିବିଆଇର ପୂର୍ବତନ ଅତିରିକ୍ତ ଆଇନ ପରାମର୍ଶଦାତା ଆଇନଜୀବୀ କାଳୀଚରଣ ମିଶ୍ର ସ୍ବତନ୍ତ୍ର ପିପି ଭାବେ ନିଯୁକ୍ତ ହୋଇଥିବା ବେଳେ ତାଙ୍କ ସହଯୋଗୀ ଭାବେ ହାଇକୋର୍ଟର ଆଇନଜୀବୀ ଅଭିନାଶ ପାଢୀଙ୍କୁ ଅତିରିକ୍ତ ସ୍ବତନ୍ତ୍ର ପିପି ଭାବେ ନିଯୁକ୍ତ  କରାଯାଇଛି।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories