www.samajalive.in
Friday, December 5, 2025
23.1 C
Bhubaneswar

ଭାରତର ରୋମାଞ୍ଚକର ବିଜୟ

ସମାଜଲାଇଭ ଡେସ୍କ: ୪ର୍ଥ ଟି-୨୦ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ଘରୋଇ ଅଷ୍ଟ୍ରେଲିଆ ଦଳକୁ ୪୮ ରନରେ ପରାଜିତ କରି ୫ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଛି। ୧୬୮ରନର ବିଜୟ ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ୧୮.୨ ଓଭରରେ ୧୧୯ ରନ କରି ଅଲଆଉଟ ହୋଇଯାଇଛି। ଓ୍ବାଶିଂଟନ ସୁନ୍ଦର(୩ ଉଇକେଟ), ଅକ୍ଷର ପଟେଲ (୨ ଉଇକେଟ) ଏବଂ ଶିବମ ଦୁବେ(୨ ଉଇକେଟ)ଙ୍କ ଚମତ୍କାର ବୋଲିଂ ଫଳରେ ଅଷ୍ଟ୍ରେଲିଆ ଦଳକୁ ଶେଷ ୩୦ ରନରେ ୬ ଉଇକେଟ ହରାଇ  ପରାଜୟର ସାମ୍ନା କରିବାକୁ ପଡ଼ିଛି।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ମାର୍ଶ ସର୍ବାଧିକ ୩୦ ଏବଂ ମ୍ୟାର୍ଥୁ ଶର୍ଟ ୨୫ ରନ କରିଥିଲେ। ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ବିନିମୟରେ ୧୬୭ ରନ କରିଥିଲା। ଦଳ ପକ୍ଷରୁ ଶୁବମନ ଗିଲ ସର୍ବାଧିକ ୪୬ ରନ କରିଥିବାବେଳେ ଅଭିଶେକ ଶର୍ମା ୨୮, ଶିବମ ଦୁବେ ୨୨, ଅକ୍ଷର ପଟେଲ ୨୧ ଏବଂ ସୂର୍ଯ୍ୟକୁମାର ଯାଦବ ୨୦ ରନ ସଂଗ୍ରହ କରିଥିଲେ। ବ୍ୟାଟିଂ ବିଫଳତା ଯୋଗୁ କୌଣସି ଖେଳାଳି ଭଲ ପ୍ରଦର୍ଶନ କରିପାରି ନ ଥିଲେ।

- Advertisement -

ଟସ ଜିତିବା ପରେ ବୋଲିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଦଳର ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ। ନିୟମିତ ବ୍ୟବଧାନରେ ଉଇକେଟ ଅକ୍ତିଆର କରିବା ଫଳରେ ଭାରତ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ଅଷ୍ଟ୍ରେଲୀୟ ବୋଲର ନାଥାନ ଏଲିସ ଏବଂ ଆଦାମ ଜାମ୍ପା ସର୍ବାଧିକ ୩ଟି ଲେଖାଏ ଉଇକେଟ ନେଇଥିବାବେଳେ ଜାଭିଅର ବାରଲେଟ ଏବଂ ମାର୍କସ ଷ୍ଟୋଇନିସ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।

Hot this week

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

Related Articles

Popular Categories