www.samajalive.in
Monday, December 8, 2025
27.1 C
Bhubaneswar

ଭାଇ, ଭାଉଜଙ୍କୁ ହତ୍ୟା କଲା ନାବାଳକ

ଅହମଦାବାଦ: ଗୁଜରାଟର ଜୁନାଗଡ ଜିଲାର ବିଷାବଦାର ତହସିଲ ଅଞ୍ଚଳରେ ଏକ ଡବଲ ମର୍ଡର ହୋଇଛି। ଏକ ୧୬ବର୍ଷର ନାବାଳକ ତା’ର ଭାଇ ଓ ଭାଉଜଙ୍କୁ ହତ୍ୟା କରିଛି। ଅକ୍ଟୋବର ୧୬ ତାରିଖରେ ଘଟିଥିବା ଏହି ହତ୍ୟା ଘଟଣା ତଦନ୍ତକାରୀ ଅଧିକାରୀଙ୍କୁ ଚକିତ କରିଛି। ପୁଲିସ ନାବାଳକ ଓ ତା’ର ମା’କୁ ଗିରଫ କରିଛି। ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ନାବାଳକଟି ଭାଇ ଓ ଭାଉଜଙ୍କୁ ହତ୍ୟା କରିବା ପରେ କୌଣସି ପ୍ରକାର ଅନୁତାପ କରି ନଥିଲା। ବରଂ ହତ୍ୟା ପରେ ଦେଶୀ ମଦ ପିଇ ଉତ୍ସବ ମନାଇଥିଲା। ହତ୍ୟା ପରେ ନାବାଳକ ଘର ବାହାରେ ଏକ ଗାତ ଖୋଳି ମୃତଦେହକୁ ପୋତି ଦେଇଥିଲା। ମୃତଦେହକୁ ପୋତିବା ପରେ ତା’ ଉପରେ ବସି ସେ ମଦ ପିଇଥିଲା ଓ ଇନଷ୍ଟାଗ୍ରାମ୍‌ରେ ରିଲ୍ସ ଦେଖିଥିଲା। ନିଜର ଅପରାଧକୁ ସେ ସଫଳତାର ସହ କାର୍ଯ୍ୟକାରୀ କରିଥିବାରୁ ଖୁସି ହୋଇଥିଲା। ମୃତଦେହ ଶୀଘ୍ର ନଷ୍ଟ ହେବା ଲାଗି ସେ ୫୨ କିଲୋ ଚିନି ଆଣି ଶବ ଉପରେ ପକାଇଥିଲା।

ମୃତଦେହ କିପରି ଶୀଘ୍ର ନଷ୍ଟ ହେବ ସେଥିପାଇଁ ନାବାଳକ ୟୁଟ୍ୟୁବ୍ ଓ ଇନଷ୍ଟାଗ୍ରାମ୍‌ରେ ସର୍ଚ୍ଚ କରିଥିଲା। ଭାଉଜକୁ ହତ୍ୟା କରିବା ପରେ ସେ ପିନ୍ଧିଥିବା ଗହଣାକୁ ଖୋଲି ବଜାରରେ ୩୦ହଜାର ଟଙ୍କାରେ ବିକ୍ରି କରିଥିବା ନାବାଳକ ଜଣଙ୍କ କହିଛି। ପୁଲିସ କହିଛି ଯେ ନାବାଳକ ଜଣଙ୍କ ଗୁଟ୍‌କା ଓ ମଦ ଖାଉଥିବାରୁ ବଡ ଭାଇ ତାକୁ ସର୍ବଦା ମାଡମାରନ୍ତି। ଭାଇ ମାଡ ମାରିବାକୁ ନେଇ ତା’ ମନରେ କ୍ରୋଧ ଓ ଘୃଣା ସୃଷ୍ଟି ହୋଇଥିଲା। ଏହି କ୍ରୋଧ ଓ ଘୃଣା ଭାବନାରୁ ସେ ଭାଇ ଓ ଭାଉଜଙ୍କୁ ହତ୍ୟା କରିଥିଲା। ଗ୍ରାମବାସୀଙ୍କ କହିବା ଅନୁଯାୟୀ ନାବାଳକଟି ମଦ୍ୟପ ପାଲଟିଯାଇଥିଲା।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories