www.samajalive.in
Monday, December 8, 2025
17.1 C
Bhubaneswar

ମୁମ୍ବାଇରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକରେ ଦାଦନ ମୃତ୍ୟୁ ପିଛା ଛାଡୁନି। ଗତ ସେପ୍ଟେମ୍ବରରେ ଏହି ବ୍ଲକର ଚାରି ଜଣ ଦାଦନ ଶ୍ରମିକଙ୍କ ରାଜ୍ୟ ବାହାରେ ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳବାର ସକାଳେ ପୁଣି ଜଣେ ଶ୍ରମିକଙ୍କର ମୁମ୍ବାଇରେ ମୃତ୍ୟୁ ଘଟିଛି। ଜାହା ଫଳରେ ୮ ମାସରେ ୯ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି। ମୃତ ଶ୍ରମିକ ଜଣକ ହେଉଛନ୍ତି ପାତ୍ରପୁର ବ୍ଲକ ଖାରିଆ ଗୁଡା ପଂଚାୟତ ମୁକୁନ୍ଦପୁର ଗ୍ରାମର ବିଶ୍ଵନାଥ କୁଣ୍ଡଙ୍କ ପୁଅ ଉପେନ୍ଦ୍ର କୁଣ୍ଡ (୧୯ ବର୍ଷ) ବୋଲି ଜଣାପଡିଛି।

ଉପେନ୍ଦ୍ର ଗ୍ରାମ ମନ୍ଦିର ପ୍ରତିଷ୍ଠା ପରେ ୪ ମାସ ପୂର୍ବେ ମୁମ୍ବାଇ ଯାଇ ନିଜ ଆତ୍ମୀୟଙ୍କ ଘରେ ରହି ବିରାର ନିକଟରେ ନିର୍ମାଣ ଚାଲିଥିବା ଏକ କୋଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ମଙ୍ଗଳବାର ଭୋର ସମୟରେ ସେ ରାତିରେ କାମ କରି ଫେରିବା ବେଳେ ସାତ ମହଲା କୋଠାରୁ ତଳକୁ ଖସି ପଡ଼ିଥିଲେ। ତୁରନ୍ତ ତାଙ୍କୁ ନିକଟ ଡାକ୍ତର ଖାନାକୁ ନେଇଥିଲେ। ତେବେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଗତବର୍ଷ ତାଙ୍କ ବିବାହିତ ଭଉଣୀ ନର୍ମଦାଙ୍କ ମୁମ୍ବାଇରେ ଅନୁରୂପ ପରିସ୍ଥିତିରେ କୋଠାରୁ ତଳକୁ ଖସି ମୃତ୍ୟୁ ହୋଇଥିଲା। ସେ ଜଣେ ଗରିବ ବ୍ୟକ୍ତି ହୋଇଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

- Advertisement -

ଗତ ମାସରେ କୋଳିହଳା ଗ୍ରାମର ବାବୁଲା ବଦତ୍ୟାଙ୍କ ବେଙ୍ଗାଲୁରୁରେ ମୃତ୍ୟୁ ଘଟିଥିଲା। ସେପ୍ଟେମ୍ବର ମାସରେ ପାତ୍ରପୁର ବ୍ଲକ୍ ମନ୍ଦରଡ଼ା ପଞ୍ଚାୟତ ତିନିଘରିଆ ଗ୍ରାମର ଗଦାଧର ଗୌଡ, ବାଦପୁର ପଞ୍ଚାୟତ ଭୈରପୁର ଗ୍ରାମର ଉଜ୍ଜଳ ପ୍ରଧାନ, ରାଜପୁର ଗ୍ରାମର ବିଜୟ ଦଳାଇ, ବାଦପୁର ଗ୍ରାମର ତୁମ୍ବନାଥ ବେହେରା ପ୍ରାଣ ହରାଇଛନ୍ତି। ସେହିପରି ମେ ମାସରେ ଗୁଣ୍ଡୁରା ପଞ୍ଚାୟତ କଇଠା ଗ୍ରାମର ଜଣେ ଯୁବକଙ୍କ ଦୁବାଇରେ, ଖାରିଆଗୁଡା ପଞ୍ଚାୟତ ଏସବି ଜଗଦେବପୁରର ଜଣେ ଶ୍ରମିକଙ୍କ ଜୁନ ମାସରେ ମୁମ୍ବାଇରେ ମୃତ୍ୟୁ ଘଟିଥିଲା।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories