www.samajalive.in
Friday, December 5, 2025
23.1 C
Bhubaneswar

ମୃତ୍ୟୁ ପୂର୍ବରୁ ୪୦ ଜୀବନ ବଞ୍ଚାଇଲେ ଡ୍ରାଇଭର

ସମାଜଲାଇଭ ଡେସ୍କ: ବସ ଚଳାଉଥିଲେ। ହଠାତ ଆସିଲା ହୃଦଘାତ। ଡାକ୍ତରଖାନାରେ ଡ୍ରାଇଭରଙ୍କୁ ମୃତ ଘୋଷଣା କଲେ ଡାକ୍ତର। କିନ୍ତୁ ମୃତ୍ୟୁ ପୂର୍ବରୁ ୪୦ ଜୀବନ ବଞ୍ଚାଇଛନ୍ତି ଡ୍ରାଇଭର ଜଣକ। ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ନୟାଗଡ଼ ଜିଲା ବୋଲଗଡ଼ ଅଞ୍ଚଳରୁ।

ସୂଚନା ଅନୁସାରେ, ଡ୍ରାଇଭର ଜଣକ ବସ ଚଳାଉଥିବା ବେଳେ ହଠାତ ଗୁରୁତର ଅସୁସ୍ଥ ଅନୁଭବ କରିଥିଲେ। କାଳ ବିଳମ୍ବ ନ କରି ତୁରନ୍ତ ସେ ବୋଲଗଡ଼ ବସଷ୍ଟାଣ୍ଡ ନିକଟରେ ଗାଡ଼ିକୁ ସାଇଡ୍‌ କରିଦେଇଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠି ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ। ଡ୍ରାଇଭର ଜଣକ ଠିକ ସମୟରେ ଗାଡ଼ି ଅଟକାଇ ନ ଥିଲେ ବସରେ ଥିବା ୪୦ ଯାତ୍ରୀ ଏକ ନିଶ୍ଚିତ ଦୁର୍ଘଟଣାର ଶିକାର ହୋଇଥାଆନ୍ତେ। ଡ୍ରାଇଭରଙ୍କ ଏପରି ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories