www.samajalive.in
Sunday, December 7, 2025
15.1 C
Bhubaneswar

ଦ୍ବିତୀୟ ଟ୍ବେଣ୍ଟି୨୦: ଅଷ୍ଟ୍ରେଲିଆର ସହଜ ବିଜୟ

ମେଲବୋର୍ଣ୍ଣ: ଭାରତ ବିପକ୍ଷ ଚଳିତ ଟ୍ବେଣ୍ଟି୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ଶୁକ୍ରବାର ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ୪ ୱିକେଟରେ ଭାରତକୁ ପରାସ୍ତ କରିଛି। ଭାରତ ଅଭିଷେକ ଶର୍ମାଙ୍କ ୬୮ରନ ବଳରେ ୧୨୫ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ମିଚେଲ ମାର୍ଶଙ୍କ ୪୬ରନ ବଳରେ ୪୦ଟି ବଲବାକି ଥାଇ ୬ ୱିକେଟରେ ୧୨୬ରନ କରି ବିଜୟୀ ହୋଇଥିଲା। ଏଥି ସହିତ ଅଷ୍ଟ୍ରେଲିଆ ଶୃଙ୍ଖଳା​‌େ​‌ର ୧-୦ରେ ଆଗୁଆ ରହିଥିବାବେଳେ ନଭେମ୍ବର ୨ ତୃତୀୟ ମ୍ୟାଚ ହୋବାର୍ଟରେ ଖେଳାଯିବ।

୧୨୬ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆର ଦୁଇ ଓପନର ମିଚେଲ ମାର୍ଶ ଓ ଟ୍ରେଭିସ ହେଡ୍‌ ଦ୍ରୁତ ଗତିରେ ପିଛା କରିଥିଲେ। ଉଭୟେ ୨୭ଟି ବଲରୁ ୫୧ରନ ସଂଗ୍ରହ କରିଥିଲେ। ହେଡ୍‌ ୨୮ରନ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟରେ ମାର୍ଶ ଓ ଜୋଶ ଇଙ୍ଗଲିଶ ୩୬ରନ ସଂଗ୍ରହ କରିଥିଲେ। ୮୭ରନ ସ୍କୋର ଥିବାବେଳେ ମାର୍ଶ ୪୬ରନ କରି ଆଉଟ୍‌ ହୋଇଥିଲେ। ୯୦ରନରେ ତୃତୀୟ ୱିକେଟର ପତନ ଘଟିଥିଲା। ଟିମ୍‌ ଡେଭିଡ୍‌ ୧ରନ କରି ଆଉଟ୍‌ ହୋଇଥିଲେ। ଚତୁର୍ଥ ୱିକେଟରେ ଇଙ୍ଗଲିଶ ଓ ମିଚେଲ ଓୱେନ ୨୨ରନ ସଂଗ୍ରହ କରିବା ସହିତ ସ୍କୋରକୁ ୧୧୨ରନରେ ପହଞ୍ଚାଇଥିଲେ। ଇଙ୍ଗଲିଶ ୨୦ରନ କରି ଆଉଟ୍‌ ହୋଇଥିଲେ । ଦଳ ମାର୍କୋସ ଷ୍ଟୋଇନିସଙ୍କ ଅପରାଜିତ ୬ରନ ବଳରେ ୧୩.୨ ଓଭର ଖେଳି ୬ ୱିକେଟର ୧୨୬ରନ କରି ବିଜୟୀ ହୋଇଥିଲା। ମିଚେଲ ଓୱେନ ୧୪ରନକରିଥିଲେ। ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ, କୁଳଦୀପ ଯାଦବ ଓ ଯଶପ୍ରୀତ ବୁମରା ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ। ଜୋଶ ହାଜେଲଉଡ୍‌ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।
ଅଷ୍ଟ୍ରେଲିଆ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତର ଦୁଇ ଓପନର ଶୁଭମନ ଗିଲ୍‌ ଓ ଅଭିଷେକ ଶର୍ମା ୧୬ଟି ବଲରୁ ୨୦ରନ ସଂଗ୍ରହ କରିଥିଲେ।

- Advertisement -

ଗିଲ୍‌ ୫ରନ କରି ଆଉଟ୍‌ ହୋଇଥିଲେ। ୨୩ରନରେ ଦ୍ବିତୀୟ ୱିକେଟର ପତନ ଘଟିଥିଲା। ସଞ୍ଜୁ ସାମସନ ୨ରନ କରି ଆଉଟ୍‌ ହୋଇଥିଲେ। ଭାରତ ୪୯ରନ ମଧ୍ୟରେ ୫ଟି ୱିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୧, ଅକ୍ଷର ପଟେଲ ୭ରନ କରିଥିବାବେଳେ ତିଳକ ବର୍ମା ଖାତା ଖୋଲି ପାରିନଥିଲେ। ଗୋଟିଏ ପଟେ ଅଭିଷେକ ଛିଡ଼ା ହୋଇଥିବାବେଳେ ଅନ୍ୟ ପଟେ ୱିକେଟର ପତନ ଘଟି ଚାଲିଥିଲା। ଷଷ୍ଠ ୱିକେଟରେ ଅଭିଷେକ ଓ ହର୍ଷିତ ରାଣା ୫୬ରନ ସଂଗ୍ରହ କରିବା ସହିତ ସ୍କୋରକୁ ୧୦୫ରନରେ ପହଞ୍ଚାଇଥିଲେ। ହର୍ଷିତ ୩୫ରନ କରି ଆଉଟ୍‌ ହୋଇଥିଲେ। ଭାରତ ଶେଷ ୪ ୱିକେଟ ୨୦ରନ ମଧ୍ୟରେ ହରାଇବ​‌ା ସହ ୧୮.୪ ଓଭରରେ ୧୨୫ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।ଅଭିଷେକ ୩୭ଟି ବଲରୁ ୮ଟି ଚୌକା ଓ ୨ଟି ଛକା ସହ ୬୮ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିଭମ ଦୁବେ ୪ରନ କରିଥିବାବେଳେ କୁଳଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ ଓ ଯଶପ୍ରତୀ ବୁମ୍‌ରା ଖାତା ଖୋଲିପାରିନଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ ହାଜେଲଉଡ୍‌ ୩ଟି, ଜାଭିଏର ବାର୍ଟଲେଟ୍‌ ଓ ନାଥନ ଏଲିସ ଦୁଇଟି ଲେଖାଏଁ ଓ ମାର୍କୋସ ଷ୍ଟୋଇନିସ ଗୋଟିଏ ୱିକେଟ ନେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories