ନୂଆଦିଲ୍ଲୀ :ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନପ୍ରୀତ କୌରଙ୍କ ପାଇଁ ବିଶ୍ବକପ ଟ୍ରଫି ଜିତିବାର ସ୍ବପ୍ନ ପୂରଣ ନେଇ ବଡ଼ ସୁଯୋଗ ରହିଛି। ଚଳିତ ଆଇସିସି ମହିଳା ଦିନିକିଆ ବିଶ୍ବକପର ଫାଇନାଲରେ ଭାରତ ପହଞ୍ଚିଛି। ପ୍ରଥମ ଟ୍ରଫି ଜିତିବା ନେଇ ଭାରତୀୟ ମହିଳା ଦଳ ନିକଟରେ ବଡ଼ ସୁଯୋଗ ରହିଛି।
୩୭ ବର୍ଷୀୟା ବ୍ୟାଟର ହରମନପ୍ରୀତଙ୍କ ଏହା ପଞ୍ଚମ ଦିନିକିଆ ବିଶ୍ବକପ। ସେ ୨୦୦୯, ୨୦୧୩, ୨୦୧୭ ଓ ୨୦୨୨ ପରେ ୨୦୨୫ରେ ମଧ୍ୟ ଖେଳୁଛନ୍ତି। ହେଲେ କେବେ ବି ଟ୍ରଫି ଜିତିବାର ସ୍ବପ୍ନକୁ ପୂରଣ କରି ପାରିନାହାନ୍ତି। ୨୦୧୭ରେ ଭାରତ ରନର୍ସଅପ ହୋଇଥିବାବେଳେ ଉକ୍ତ ଦଳର ସଦସ୍ୟା ଥିଲେ ହରମନପ୍ରୀତ। ଆଇସିସି ମହିଳା ଦିନିକିଆ ବିଶ୍ବକପ-୨୦୨୫ରେ ହରମନପ୍ରୀତଙ୍କ ଅଧିନାୟକତ୍ବରେ ଭାରତ ଫାଇନାଲରେ ପହଞ୍ଚିଛି। ଏବେ ଟ୍ରଫି ଜିତି ସ୍ବପ୍ନ ପୂରଣ ନେଇ ହରମନପ୍ରୀତଙ୍କ ନିକଟରେ ବଡ଼ ସୁଯୋଗ ରହିଛି। ଚଳିତ ବିଶ୍ବକପରେ ହରମନପ୍ରୀତ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି।
ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଲଢୁଅା ୮୯ରନର ଇନିଂସ ଖେଳି ଦକ୍ଷତା ପ୍ରତିପାଦିତ କରିଛନ୍ତି। ସେହିପରି ହରମନପ୍ରୀତ ଟ୍ବେଣ୍ଟି୨୦ ମହିଳା ବିଶ୍ବକପ ୨୦୦୯, ୨୦୧୦, ୨୦୧୨, ୨୦୧୪, ୨୦୧୬, ୨୦୧୮, ୨୦୨୦, ୨୦୨୩ ଓ ୨୦୨୪ରେ ଖେଳିଥିଲେ ମଧ୍ୟ ଥରେ ହେଲେ ଚମ୍ପିଆନ ହେବାର ସୌଭାଗ୍ୟ ଅର୍ଜନ କରିନାହାନ୍ତି।



