www.samajalive.in
Friday, December 5, 2025
23.1 C
Bhubaneswar

ପୀତବାସ ପଣ୍ଡା ହତ୍ୟା ମାମଲା: ପରିଚାଳନା କରିବେ ଦୁଇ ବରିଷ୍ଠ ସରକାରୀ ଓକିଲ

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମପୁରର ବହୁ ଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାର ପରିଚାଳନା କରିବେ ଦୁଇ ଜଣ ବରିଷ୍ଠ ସରକାରୀ ଓକିଲ । ଏନେଇ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ବ୍ରହ୍ମପୁର ଏସପି ।
ସରକାରଙ୍କ ତରଫରୁ ବ୍ରହ୍ମପୁର କୋର୍ଟରେ କେସ୍‌ ପରିଚାଳନା ପାଇଁ ହାଇକୋର୍ଟରେ କାର୍ଯ୍ୟରତ ତଥା ସିବିଆଇର ଆଇନ ପରାମର୍ଶଦାତା ରହିଥିବା ବରିଷ୍ଠ ଆଇନଜୀବୀ କାଳୀଚରଣ ମିଶ୍ର ଓ ବରିଷ୍ଠ ଆଇନଜୀବୀ ଅବିନାଶ ପାଢୀଙ୍କୁ ନିଯୁକ୍ତି ଦେବା ପାଇଁ ବ୍ରହ୍ମପୁର ଏସପି, ଓଡ଼ିଶା କ୍ରାଇମବ୍ରାଞ୍ଚ ଡିଜିଙ୍କୁ ପତ୍ର ଲେଖି ନିବେଦନ କରିଛନ୍ତି ।

ଏହା ଏକ ସମ୍ବେଦନ ଶୀଳ ମାମଲା ହୋଇଥିବାରୁ ଏମାନଙ୍କୁ ନିଯୁକ୍ତି ପାଇଁ ଗୃହ ବିଭାଗକୁ ସୁପାରିଶ ପାଇଁ ଜଣାଇଛନ୍ତି । ଏହି ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ମୋଟ ୧୪ଜଣ ଗିରଫ ହୋଇଛନ୍ତି । ବିକ୍ରମ ପଣ୍ଡାଙ୍କ ପାଇଁ ୫୪ଜଣ ଓକିଲ ଲଢିବେ ବୋଲି କୁହାଯାଇଥିଲା । ଏହାକୁ ନେଇ ବ୍ରହ୍ମପୁର ଏସପି ଏବେ ବରିଷ୍ଠ ଆଇନଜୀବୀଙ୍କୁ ନିୟୋଜିତ କରିବାକୁ ନିବେଦନ କରିଛନ୍ତି ।

- Advertisement -

 

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories