www.samajalive.in
Friday, December 5, 2025
23.1 C
Bhubaneswar

ବର୍ଷା ଉଜାଡିଲା ପରିବା ଫସଲ, ଚାଷୀ ମୁଣ୍ଡରେ ଚଡକ

ଆଠଗଡ: ବଙ୍ଗୋପସାଗରରେ ସାମୁଦ୍ରିକ ଝଡ ‘ମନ୍ଥା’ର ବିପଦ ଟଳି ଯାଇଥିଲେ ମଧ୍ୟ ତାର ପ୍ରଭାବରେ ବର୍ଷା ଏବେ ଦାଉ ସାଧୁଛି। ମଙ୍ଗଳବାର ରାତିରେ ‘ମନ୍ଥା’ ଆନ୍ଧ୍ରପ୍ରଦେଶର କାକିନାଡା ନିକଟରେ ସ୍ଥଳଭାଗ ଛୁଇଁବା ପୂର୍ବରୁ  ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ବର୍ଷା ଲାଗି ରହିଥିଲା । ଆଠଗଡ ଅଞ୍ଚଳରେ ମଙ୍ଗଳବାର ଏବଂ ବୁଧବାର ତୁହାକୁ ତୁହା ବର୍ଷା ହେବା ଫଳରେ କୃଷି କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି । ଆଠଗଡ ଅଞ୍ଚଳରେ ପାରମ୍ପରିକ ଧାନ ଚାଷ ଛଡା ବିଶେଷକରି ଶୀତଦିନିଆ ପନିପରିବା ଫସଲ ପ୍ରଚୁର ପରିମାଣର ଉତ୍ପାଦନ ହୋଇଥାଏ ଏବଂ ଏଅଞ୍ଚଳର ଚାଷୀ ବେଶ ଭଲ ରୋଜଗାର କରିଥାଆନ୍ତି । ଏବେ ଏହି ଅଦିନିଆ ବର୍ଷାରେ ପରିବା ଫସଲ ଉଜୁଡିଯିବା ଆଶଙ୍କାରେ ଚାଷୀ ମୁଣ୍ଡରେ ଚଡକ ପଡିଛି । ଏପରି ବର୍ଷା ଦ୍ବାରା ବ୍ୟାପକ ଜମିରେ ଲଗାଯାଇଥିବା ଫୁଲ କୋବି ଓ ବନ୍ଧା କୋବି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।

ଆଠଗଡର ଜେନାପଦା, ବଡଭୂଇଁ, ଇଚ୍ଛାପୁର, ସମସରପୁର, ସଠିଲୋ, ଯୋରନ୍ଦା, ତରଡିଙ୍ଗ, ମହାକାଳବସ୍ତ, କଟକିଆସାହି ଆଦି ପଞ୍ଚାୟତ ଗୁଡିକରେ ଶହ ଶହ ହେକ୍ଟର ଜମିରେ ଫୁଲ ଓ ବନ୍ଧା କୋବି, ବିନସ୍, ଟମାଟୋ, ମୂଳା, ବାଇଗଣ, ଝୁଡ଼ଙ୍ଗ, କାକୁଡି, ଲଙ୍କା ଓ ଅନ୍ଯାନ୍ଯ ପରିବାରଗୁଡ଼ିକ ଫସଲ ଚାଷ ହୋଇଥାଏ । ବର୍ଷାରେ ଏସବୁ ପରିବା ଫସଲ ପଚି ଯିବା ସହିତ ରୋଗପୋକ ଲାଗି ନଷ୍ଟ ହୋଇଯିବାର ଯଥେଷ୍ଟ ଆଶଙ୍କା ରହିଛି । ବର୍ଷା ଥମିବା ପରେ କୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ ସରକାରଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଏହି ବର୍ଷାରେ ଧାନ ଫସଲ ମଧ୍ୟ ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।

- Advertisement -

ସରକାର କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ବାବଦରେ ସହାୟତା ଦେବା ବୋଲି କହୁଥିଲେ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ ହେବ । ତେବେ ଚାଷୀଙ୍କର ପ୍ରକୃତ କ୍ଷତି କେବେ ବି ଭରଣା ହୋଇ ପାରିବନି ବୋଲି କୃଷି ବିଷାରଦ ମତପୋଷଣ କରିଛନ୍ତି । ସେ ଯାହା ହେଉ କୃଷି ବିଭାଗ ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ କ୍ଷେତ୍ରକୁ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରି କ୍ଷୟକ୍ଷତିର ଆକଳନ କରିବାକୁ ଚାଷୀଙ୍କ ପକ୍ଷରୁ ନିବେଦନ କରାଯାଇଛି । ଏହି ଦୈବୀ ଦୁର୍ବିପାକରେ କ୍ଷତିଗ୍ରସ୍ତ ଚାଷୀଙ୍କ ଅଣ୍ଟା ସଳଖିବା ଲାଗି ସରକାର ଉପଯୁକ୍ତ କ୍ଷତିପୁରଣ ଦେବାକୁ ଦାବି ହେଉଛି ।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories