www.samajalive.in
Monday, December 8, 2025
14.1 C
Bhubaneswar

୮ମ ବେତନ କମିଶନ ଗଠନରେ ବିଳମ୍ବ ଓ କର୍ମଚାରୀଙ୍କୁ ବର୍ଦ୍ଧିତ ବେତନ ଦେବାରେ ଇଚ୍ଛାଶକ୍ତିର ଅଭାବ: ଏଆଇଟିୟୁସି

ଭୁବନେଶ୍ଵର: କେନ୍ଦ୍ର ସରକାରଙ୍କ ଦ୍ୱାରା ୮ମ କେନ୍ଦ୍ରୀୟ ବେତନ ଗଠନରେ ଅହେତୁକ ବିଳମ୍ବ ଘଟିଛି। ୮ମ କେନ୍ଦ୍ରୀୟ ବେତନ କମିଶନର ସୁପାରିସ ଦ୍ୱାରା ସରକାରୀ କର୍ମଚାରୀ ଓ ପେନସନଭୋଗୀମାନଙ୍କୁ ନ୍ୟାୟ ମିଳିବା ଦରକାର। କେନ୍ଦ୍ର ସରକାର ୨୦୨୫ ଜୁଲାଇ ୧୬ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ୮ତମ କେନ୍ଦ୍ରୀୟ ବେତନ କମିଶନ ଗଠନ କରିବା ନିଷ୍ପତ୍ତି ନେଇଥିଲେ। କିନ୍ତୁ ସେହି ନିଷ୍ପତ୍ତି ପରେ ସରକାର ଏହାକୁ ଆଗକୁ ନ ନେଇ ଥଣ୍ଡା ଘରେ ରଖିଦେଇଥିଲେ। ଏବେ ବିହାର ନିର୍ବାଚନ ପୂର୍ବରୁ, ଅର୍ଥାତ୍ ମୂଳ ଘୋଷଣାର ୧୦ ମାସ ପରେ, ୨୮ ଅକ୍ଟୋବର ୨୦୨୫ରେ କେନ୍ଦ୍ର କ୍ୟାବିନେଟ ୮ମ କେନ୍ଦ୍ରୀୟ ବେତନ କମିଶନ ଗଠନ କରିବା ନିଷ୍ପତ୍ତି ନେଇଛନ୍ତି।

ନରେନ୍ଦ୍ର ମୋଦୀ ନେତୃତ୍ଵାଧୀନ ସରକାରଙ୍କୁ ଏହାର ଅଧ୍ୟକ୍ଷ ଓ ଅର୍ଦ୍ଧକାଳୀନ ସଦସ୍ୟ ନିଯୁକ୍ତି କରିବାକୁ ୧୦ ମାସ ଲାଗିଗଲା। ଆୟୋଗକୁ ତାହାର ରିପୋର୍ଟ ଦେବା ପାଇଁ ୧୮ ମାସର ସମୟ ଦିଆଯାଇଛି, ଯାହାର ଅର୍ଥ ହେଉଛି ଆମେ ୮ମ ବେତନ କମିଶନର ରିପୋର୍ଟ କିମ୍ବା ସୁପାରିସ ୨୦୨୭ ମଧ୍ୟଭାଗରେ ହିଁ ଦେଖିପାରିବୁ। ସରକାର ଯଦି ସତରେ ଏହା ଧାର୍ଯ୍ୟ ସମୟରେ କରନ୍ତି, ତାହେଲେ ମଧ୍ୟ ଏହାର ଅବଧି ୨୦୨୭ ଶେଷ ପର୍ଯ୍ୟନ୍ତ ଚାଲି ଯାଇପାରେ। ଏହାର ଅର୍ଥ, କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ତାଙ୍କ ବେତନ ପୁନଃନିର୍ଦ୍ଧାରଣ ପାଇଁ ଆଉ ଦୁଇ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ଯାହା ଘୋର ଅନ୍ୟାୟ ଅଟେ।

- Advertisement -

ସରକାରଙ୍କ ଦ୍ୱାରା ୮ମ କେନ୍ଦ୍ରୀୟ ବେତନ କମିଶନଙ୍କୁ ଦିଆଯାଇଥିବା ଟର୍ମସ୍ ଅଫ୍ ରେଫରେନ୍ସ(ToR) ଗୁଡିକ ଏପରି କଠୋର ଯେ, ଏହା କମିଶନଙ୍କ ସୁପାରିସ ଉପରେ ଅନେକ କଟକଣା କରିଦେଇଛି। ତେଣୁ କେନ୍ଦ୍ର ଵିଜେପି ନେତୃତ୍ଵାଧୀନ ଏନଡିଏ ସରକାରଙ୍କ ଏହି ଵିଳମ୍ଵିତ କେନ୍ଦ୍ରୀୟ ବେତନ କମିଶନ ଗଠନ ଓ ଟର୍ମସ୍ ଅଫ୍ ରେଫରେନ୍ସ କର୍ମଚାରୀମାନଙ୍କ ବେତନ ଅଥବା ପେନସନଭୋଗୀଙ୍କ ପ୍ରତି ପରିହାସ ସଦୃଶ ବୋଲି ଏଆଇଟିୟୁସି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଅନ୍ୟତମ ରାଜ୍ୟ ସମ୍ପାଦକ ଜୟନ୍ତ ଦାସ ଏକ ପ୍ରେସ ଵିଜ୍ଞାପ୍ତିରେ ପ୍ରକାଶ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories