www.samajalive.in
Friday, December 5, 2025
27.1 C
Bhubaneswar

ପୀତବାସ ହତ୍ୟା ମାମଲା – ଅଭିଯୁକ୍ତଙ୍କୁ ଘରେ ରଖିଥିବା ବ୍ୟକ୍ତି ଗିରଫ

ବ୍ରହ୍ମପୁର : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଲିସ ଆଉ ଜଣଙ୍କୁ ଗିରଫ କରିଛି । ସେ ହେଲେ ଖୋଡାସୀଙ୍ଗିର ଶୂନ୍ୟଚନ୍ଦ୍ର ଦାସ । ଆଜି ତାଙ୍କୁ ଗିରଫ ପରେ ଅଦାଲତ ଚାଲାଣ କରାଯାଇଛି । ଅଭିଯୁକ୍ତ ଶୂନ୍ୟଚନ୍ଦ୍ର ବିହାରରୁ ଆସିଥିବା ସାର୍ପ ସୁଟରଙ୍କୁ ନିଜର ଭଡ଼ା ଘରେ ଆଶ୍ରୟ ଦେଇଥିଲେ । ଅଳକାପୁରୀ ଠାରେ ଥିବା ତାଙ୍କର ଅନ୍ୟ ଏକ ଘରେ ଅଭିଯୁକ୍ତମାନେ ୪ ଦିନ ରହିବା ସହ ପୀତବାସଙ୍କ ପିଛା କରିଥିଲେ । ସେହିପରି ହତ୍ୟା ଘଟଣା ଦିନ ଅର୍ଥାତ କୁମାରପୂର୍ଣ୍ଣମୀ ଦିନ ଅଭିଯୁକ୍ତ ଯୋଗୀ ରାଉତ ପୀତବାସଙ୍କୁ ଗୁଳି କରିଥିବା ଅଭିଯୁକ୍ତ କୁରୁପତି ଭୂୟାଁ ଏବଂ ବାଇକ୍ ଚଳାଉଥିବା ଅଭିଯୁକ୍ତ ଚିଣ୍ଟ ପ୍ରଧାନଙ୍କୁ ସାଙ୍ଗରେ ଧରି ଅଳକାପୁରୀ ସ୍ଥିତ ସେହି ଘରକୁ ଯାଇଥିଲେ ।

 

- Advertisement -

ସେଠାରେ ଯୋଗୀ ଉଭୟଙ୍କୁ ୨ ଟି ବନ୍ଧୁକ, ଏକ ନକଲି ନମ୍ବର ବିଶିଷ୍ଟ ବାଇକ୍, ନୂଆ ପ୍ୟାଣ୍ଟ ସାର୍ଟ ଦେଇଥିଲେ । ପ୍ରକାଶଥାଉକି, ଅଭିଯୁକ୍ତ ତଥା କର୍ପୋରେଟର ମଳୟ ବିଷୋୟୀ ବିହାର ରାଜ୍ୟର ଅଭିଯୁକ୍ତଙ୍କୁ ଅଳକାପୁରୀ ସ୍ଥିତ ଭଡା ଘରେ ରଖିବାକୁ ଶୂନ୍ୟଚନ୍ଦ୍ରଙ୍କୁ କହିଥିଲେ । ସେତେବେଳେ ଶୂନ୍ୟଚନ୍ଦ୍ର ବିହାରୀ ଯୁବକଙ୍କ ରହଣୀକୁ ନେଇ ପ୍ରଶ୍ନ ଉଠାଇଥିଲେ ମଧ୍ୟ ମଳୟ ମେଡିକାଲ କାମରେ ଆସିଛନ୍ତି ବୋଲି କହି ବୁଝାଇ ଦେଇଥିଲେ । ଅନ୍ୟ ପକ୍ଷରେ ଏହି ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁଙ୍କୁ ଅନ୍ୟ ଏକ ଜେଲକୁ ବୁଧବାର ସ୍ଥାନାନ୍ତର କରାଯିବ ବୋଲି କୁହାଯାଉଛି ।

Hot this week

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

Related Articles

Popular Categories