www.samajalive.in
Friday, December 5, 2025
23.1 C
Bhubaneswar

‘ମନ୍ଥା’ ପାଇଁଁ ବୁଧବାର ନନ୍ଦନକାନନ ବନ୍ଦ – ରାତିରେ ନିୟୋଜିତ ରହିବେ ଅଧିକାରୀ ଓ କର୍ମଚାରୀ

ନନ୍ଦନକାନନ : ବାତ୍ୟା ‘ମନ୍ଥା’ ପାଇଁ ବୁଧବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ବନ୍ଦ ରହିବ। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ନନ୍ଦନକାନନ ଉପନିର୍ଦେଶକ ସନଥ କୁମାର ନାରାୟଣ ସୂଚନା ଦେଇଛନ୍ତି। ଜୀବଜନ୍ତୁଙ୍କ ସୁରକ୍ଷା ଦୃଷ୍ଟିରୁ ମଙ୍ଗଳବାର ରାତିରେ ଉଭୟ ଉଦ୍ୟାନରେ ଦୁଇ ସହକାରୀ ବନ ସଂରକ୍ଷକ, ୭ଟି ବିଭାଗର ବନାଞ୍ଚଳ(ରେଞ୍ଜର), ବନ୍ୟପ୍ରାଣୀ ଚିକିତ୍ସକଙ୍କ ସମେତ ୧୦୦ରୁ ଊର୍ଦ୍ଧ୍ବ କର୍ମଚାରୀ ନିୟୋଜିତ ରହିବେ। ‘ମନ୍ଥା’ର ସୁପରିଚାଳନା ପାଇଁଁ ମୁଖ୍ୟ ସମନ୍ବୟ ଅଧିକାରୀଭାବେ ନନ୍ଦନକାନନ ପର୍ଯ୍ୟଟକ ପରିଚାଳନା ବିଭାଗ ସହକାରୀ ବନ ସଂରକ୍ଷକ (ଏସିଏଫ୍) ମନସ୍ମିତା ମହାରଣା ତଦାରଖ କରିବେ।

ବର୍ଷା ଓ ପବନ ସତ୍ତ୍ବେ ମଙ୍ଗଳବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୧୨୭୧୪ ପର୍ଯ୍ୟଟକ ଆସିଥିଲେ। ସେହିପରି ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ୯୨ ପର୍ଯ୍ୟଟକ ଆସିଥିଲେ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ କର୍ତ୍ତୃପକ୍ଷ ପ୍ରାଣୀ ଉଦ୍ୟାନ ଭିତରେ ଘରୋଇ ସଂସ୍ଥାର ରୋପ୍‌ୱେ, ସଫାରୀ ଓ ବ୍ୟାଟେରିଚାଳିତ ଗାଡ଼ି ଚଳାଚଳ ଅପରାହ୍ଣ ୨ଟାରୁ ବନ୍ଦ ରଖିଥିଲେ।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories