ସୋର: ବାଲେଶ୍ୱର ଜିଲା ସୋର ୧୬ ନମ୍ବର ଜାତୀୟ ରାଜପଥ ତଳନଗର ଠାରେ ସୋର ତହସିଲଦାର ଦୈତାରୀ ମଲ୍ଲିକ ଓ ଖଣି ଅଧିକାରୀ ଜଗନ୍ନାଥ ମିଳିତ ଭାବେ ଚଢ଼ାଉ କରି ବେଆଇନ ଚାରି ବାଲି ଟ୍ରକ ଜବତ କରିଛନ୍ତି । ବେଆଇନ ବାଲି ଟ୍ରକ ଗୁଡିକ ବୈତରଣୀ ନଦୀରୁ ବାଲି ନେଇ ପାଣିକୋଇଲି ଭାୟା ଭଦ୍ରକ ହୋଇ ସୋର ଦିଗକୁ ଆସିଲା ବେଳେ ତଳନଗର ଠାରେ ପ୍ରଶାସନ ଜବତ କରିଥିଲା ।
ସେହିପରି ଆଜି ଭାରାପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ ଓ ଖଣି ଅଧିକାରୀ ଜଗନ୍ନାଥ ମିଳିତ ଭାବେ ମହୁମୁହାଣ ଖଞ୍ଜାମହଲ ପଥର ଖାଦାନ ୫୬ରୁ ଜବତ ପଥରକୁ ୧ଲକ୍ଷ ୫୬ ହଜାର ଟଙ୍କାରେ ନିଲାମ କରିଛି । ଆଜି ଖଣି ତହସିଲ ପକ୍ଷରୁ ଖାଦାନରୁ ବିସ୍ଫୋରକ ସାମଗ୍ରୀ ଜିଲୋଟିନ, ବାରୁଦ ଓ ବିଭିନ୍ନ ବିସ୍ଫୋରକ ହେଉଥିବା ତାର ଓ ସାମଗ୍ରୀ ଜବତ କରିଛନ୍ତି ।



