www.samajalive.in
Friday, December 5, 2025
27.1 C
Bhubaneswar

ପାକିସ୍ତାନର ଆତଙ୍କବାଦୀ ନଜର ତାଲିକାରେ ସଲମାନ !

ଇସଲାମାବାଦ: ବଲିଉଡ୍‌ର ତିନି ଅଭିନେତା ଶାହରୁଖ, ସଲମାନ ଓ ଅମିର ଖାନ୍‌ଙ୍କର ପାକିସ୍ତାନରେ ଯଥେଷ୍ଟ ଲୋକପ୍ରିୟତା ଥିବାବେ​ଳେ ସଂଖ୍ୟାଧିକ ପ୍ରଶଂସକ ମଧ୍ୟ ରହିଛନ୍ତି। ତେବେ ନିକଟରେ ସାଉଦି ଆରବରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସଲମାନଙ୍କ ବୟାନ ତାଙ୍କୁ ଅଡୁଆ ସ୍ଥିତିରେ ପକାଇଛି। ଉତ୍ସବରେ ବେଲୁଚିସ୍ତାନକୁ ସ୍ବତନ୍ତ୍ର ରାଷ୍ଟ୍ର ବୋଲି ଉଲ୍ଲେଖ କରିଥିବାରୁ ପାକିସ୍ତାନ ସରକାର ସଲମାନଙ୍କ ଉପରେ ଏକପ୍ରକାର ଖପ୍ପା ହୋଇପଡିଛନ୍ତି। ପାକ୍‌ ସରକାରଙ୍କ ପକ୍ଷରୁ ସଲମାନଙ୍କୁ ଆତଙ୍କବାଦୀ ନଜର ତାଲିକା (ଟେରର ୱାଚ୍‌ଲିଷ୍ଟ)ରେ ରଖାଯାଇଛି।

ସାଉଦି ଆରବର ରାଜଧାନୀ ରିୟାଦ୍‌ରେ ଏହି ଉତ୍ସବ ଆୟୋଜିତ ହୋଇଥିବାବେଳେ ଶାହରୁଖ୍‌ ଓ ଅମିର ଖାନ୍‌ ମଧ୍ୟ ଉପସ୍ଥିତ ଥିଲେ। ମଧ୍ୟପ୍ରାଚ୍ୟରେ ବଲିଉଡ୍‌ ଚଳଚ୍ଚିତ୍ରର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ସମ୍ପର୍କରେ ଆଲୋଚନା ହୋଇଥିଲା। ସଲମାନ ତାଙ୍କ ଭାଷଣରେ କହିଥିଲେ ଯେ ଯଦି ଆପଣ ଏକ ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣ କରି ଏହାକୁ ସାଉଦି ଆରବରେ ମୁକ୍ତିଲାଭ କରାଇବେ, ତେବେ ଏହା ସୁପରହିଟ୍‌ ହେବ। ଯଦି ଆପଣ ତାମିଲ, ତେଲୁଗୁ କିମ୍ବା ମାଲାୟଲି ଚଳଚ୍ଚିତ୍ର ନିର୍ମାଣ କରି ମୁକ୍ତିଲାଭ କରାଇବେ, ତେବେ ଏହା କୋଟି କୋଟି ଟଙ୍କାର ରାଜସ୍ବ ଆଦାୟ କରିବ; କାରଣ ପାକିସ୍ତାନ, ଆଫ୍‌ଗାନିସ୍ତାନ ଏବଂ ବେଲୁଚିସ୍ତାନ ଭଳି ଦେଶର ଲୋକ ସାଉଦି ଆରବରେ ବାସ କରୁଛନ୍ତି। ବେଲୁଚିସ୍ତାନ ପାକିସ୍ତାନର ଏକ ପ୍ରଦେଶ ହୋଇଥିବାବେଳେ ଏହାକୁ ସ୍ବତନ୍ତ୍ର ରାଷ୍ଟ୍ର ବୋଲି କହିବା ନିଶ୍ଚିତଭାବେ ବିବାଦୀୟ। ଏହି ପରିପ୍ରେକ୍ଷୀରେ ପାକିସ୍ତାନ ସରକାର ଆତଙ୍କବାଦ ନିରୋଧ ଆଇନ ୧୯୯୭ର ୪ର୍ଥ ଅନୁଚ୍ଛେଦରେ ସଲମାନଙ୍କୁ ସାମିଲ କରିଛନ୍ତି। ଏଥିରେ ସାମିଲ ଥିବା ବ୍ୟକ୍ତିଙ୍କ ଗତିବିଧି, ଆଚରଣ ଉପରେ କଡା ନଜର ରଖାଯାଇଥାଏ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories