ସମାଜ ନ୍ୟୁଜ ଡେସ୍କ: ସମ୍ଭାବ୍ୟ ବାତ୍ୟା ମନ୍ଥା ମୁକାବିଲା କରିବା ଲାଗି ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଜୋରଦାର ପ୍ରସ୍ତୁତି । ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ବିଡିଓ ତହସିଲଦାର ଓ ପଞ୍ଚାୟତ ଅଧିକାରୀ ମାନଙ୍କୁ ପରିସ୍ଥିତିର ମୁକାବିଲା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଅଗ୍ନିଶମ ବାହିନୀ, ପୋଲିସ କର୍ମଚାରୀ, ବିଦ୍ୟୁତ ବିଭାଗ ଓ ଯୋଗାଣ ବିଭାଗକୁ ଆଲର୍ଟ କରାଯାଇଛି । ବଣ୍ଡା ଘାଟି ଓ ଚିତ୍ରକୋଣ୍ଡା ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ରହିଥିବାରୁ ସରକାରି କର୍ମଚାରି ମାନମଙ୍କୁ ଆଲର୍ଟ କରାଯାଇଛି । ବନ୍ୟା ଆଶ୍ରୟ ସ୍ଥଳି ଗୁଡିକ ପ୍ରସ୍ତୁତ ରଖାଯିବା ସହ ସେଠାରେ ଯଥେଷ୍ଟ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ରଖାଯାଇଛି ବୋଲି ମାଲକାନଗିରି ଜିଲ୍ଲାପାଳ କହିଛନ୍ତି ।

ମାକାନଗିରି ଜିଲ୍ଲାରେ ୪ ଟି ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳିକୁ ରହିଥିବା ବେଳେ ୧୬ ଟି ପ୍ରାଥମିକ ବିଦ୍ୟାଳୟକୁ ଅସ୍ଥାୟୀ ବନ୍ୟା ଆଶ୍ରୟ ସ୍ଥଳି ଭାବେ ପ୍ରସ୍ତୁତ କରାଯାଇଛି । ସବୁଠି ଯଥେଷ୍ଟ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ରଖାଯିବା ସହ ବିଡିଓ ତହସିଲଦାର ଓ ପଞ୍ଚାୟତ ଅଧିକାରୀ ମାନଙ୍କୁ ପରିସ୍ଥିତିର ମୁକାବିଲା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ଡାକ୍ତରଖାନାକୁ ହାଇ ଆଲର୍ଟ କରାଯିବା ସହ ଜେନେରେଟର ଚାଲିବା ପାଇଁ ୭ ଦିନର ଡିଜେଲ ମହଜୁଦ ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବିଭାଗୁ ନେଇ ଏକ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ ପ୍ରସ୍ତୁତ କରାଯାଇଛି ଓ ଲୋକଙ୍କୁ ପାଇଁ ଏକ ହେଲପ୍ ଲାଇନ୍ ନମ୍ବର ମଧ୍ୟ ଦେଇଛି ଜିଲ୍ଲା ପ୍ରାଶାସନ । ମାଲକାନଗିରି ଜିଲ୍ଲାରେ ଅଗ୍ନିଶମ ବିଭାଗ ର ୮ ଟି ଟିମ ରହିଥିବା ବେଳେ ବାହରୁ ଅତିରିକ୍ତ ୩ ଟି ଟିମ ମଗା ଯାଇଛି । ଏହା ସହ ଓଡ୍ରାଫର ଦୁଇଟି ଟିମ ମଲକାନଗିରି ଆସିବା ଲାଗି ରାଜ୍ୟ ସରକରାଙ୍କୁ ଜଣାଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ପରିସ୍ଥିତିର ମୁକାବିଲା କରିବା ଲାଗି ଅଗ୍ନିଶମ ବାହିନର ସ୍ପିଡ୍ ବୋଟ ପ୍ରସ୍ତୁତ ହୋଇ ରହିଥିବା ବେଳେ ଏହାର ଟ୍ରାଇ ରନ୍ ମଧ୍ୟ କରାଯାଇଛି । ଗଛ କାଟିବା ମେସିନ, ଫ୍ଲଡ ଲାଇଟ୍, ଜେନେରେଟର ବୋଟ୍ ସହ ପୁରା ପ୍ରସ୍ତୁତ ରହିଛି ଅଗ୍ନିଶମ ବାହିନୀ ।



