www.samajalive.in
Friday, December 5, 2025
23.1 C
Bhubaneswar

୪ ଲକ୍ଷ ଟଙ୍କାର ଜାଲ ନୋଟ ଜବତ, ୩ ଗିରଫ

ବିନିକା(ନି.ପ୍ର/ସ.ପ୍ର): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ ଜାଲ ନୋଟ ରାକେଟ ସକ୍ରିୟ ରହିଛି। ଜିଲା ଆରକ୍ଷୀ ଅଧିକ୍ଷକ ରବିବାର ଏହାର ବଡ଼ ଖୁଲାସା କରିଛନ୍ତି। ଏହି କାରବାରରେ ଲିପ୍ତ ୩ ଅଭିଯୁକ୍ତଙ୍କୁ ବିନିକା ପୁଲିସ ଗିରଫ କରିବା ସହିତ ୪ ଲକ୍ଷ ୧ ହଜାର ୫୦୦ ଟଙ୍କାର ଜାଲ ନୋଟ ଜବତ କରିଛି।

ରବିବାର ବିନିକା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଜିଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସୂଚନା ଦେଇ କହିଛନ୍ତି ଯେ, ଏହି ଜାଲ ନୋଟ କାରବାରର ଚେର ପଡ଼ୋଶୀ ବରଗଡ଼ ଜିଲାକୁ ମଧ୍ୟ ଲମ୍ବିଛି। ଏଥିରେ ସମ୍ପୃକ୍ତ ଥିବା ସୁବର୍ଣ୍ଣପୁର ଜିଲା ଲଛିପୁର ଥାନା ରେଙ୍ଗାଲି ଗ୍ରାମର ଜୟନାରାୟଣ ବସ୍ତିଆ(୨୭), ବିନିକା ଥାନା ଫୁଲମୁଠୀ ଗ୍ରାମର ଅଭିଷେକ ହୋତା(୨୩) ଏବଂ ବିନିକା ସହର ବେତ୍ରାପଡ଼ାର ଅଶୋକ ନାଏକ(୨୮)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତଙ୍କଠାରୁ ପୁଲିସ ସର୍ବମୋଟ ୮୦୩ଟି ପାଞ୍ଚଶହ ଟଙ୍କିଆ ଜାଲ ନୋଟ(ସମୁଦାୟ ମୂଲ୍ୟ ୪ ଲକ୍ଷ ୧ ହଜାର ୫ ପାଞ୍ଚ ଶହ ଟଙ୍କା) ଜବତ କରିଥିବା ଏସପି ସୂଚନା ଦେଇଛନ୍ତି। ଏହା ସହିତ ସେମାନଙ୍କଠୁ ୩ଟି ମୋବାଇଲ ଫୋନ ଜବତ କରାଯାଇଛି।

- Advertisement -

ଗତ ୨୫ ତାରିଖ ବିଳମ୍ବିତ ରାତିରେ ଜାଲ ନୋଟ କାରବାର ସମ୍ପର୍କରେ ଜିଲା ଆରକ୍ଷୀ ଅଧିକ୍ଷକ ନାୟକ ଖବର ପାଇବା ପରେ ବିନିକା ଥାନା ଅଧିକାରୀ ସତ୍ୟନାରାୟଣ ପ୍ରଧାନଙ୍କୁ ଏ ନେଇ ଅନୁସନ୍ଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିନିକା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories