www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ: ସମ୍ମାନ ରକ୍ଷା ପାଇଁ ଭାରତ ନିକଟରେ ସୁଯୋଗ

ସିଡ୍‌ନୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମ୍ୟାଚ ଶନିବାର ସିଡ୍‌ନୀରେ ଖେଳାଯିବ। ଶୃଙ୍ଖଳା ହାରି ସାରିଥିବା ଭାରତ ଶେଷ ମ୍ୟାଚକୁ ଜିତି ସମ୍ମାନ ରକ୍ଷା କରିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ ଘରୋଇ ଅଷ୍ଟ୍ରେଲିଆ ଶୃଙ୍ଖଳା ମୂଳପୋଛ ଲକ୍ଷ୍ୟ ନେଇ ଖେଳିବ। ଶୁଭମନ ଗିଲ୍‌ ଅଧିନାୟକତ୍ବର ପ୍ରଥମ ଦିନିକିଆ ଶୃଙ୍ଖଳା ହାରିଥିଲେ ମଧ୍ୟ ଶେଷ ମ୍ୟାଚକୁ ଜିତି ସମ୍ମାନ ରକ୍ଷା କରିବାକୁ ପ୍ରୟାସ କରିବେ।

ଶୁଭମନ ଗିଲଙ୍କ ନେତୃତ୍ବାଧିନ ଭାରତୀୟ ଦଳ ପ୍ରଥମ ମ୍ୟାଚରେ ୭ ୱିକେଟରେ ଓ ଦ୍ବିତୀୟ ମ୍ୟାଚରେ ଦୁଇ ୱିକେଟରେ ପରାଜିତ ହୋଇଛି। ଦଳ ବ୍ୟାଟିଂ ଓ ବୋଲିଂ ବିଭାଗରେ ବିଫଳ ହେବା ସହ ଶୃଙ୍ଖଳା ହରାଇଛି। ଅସ୍ଥିର ବ୍ୟାଟିଂ ଭାରତକୁ ଚିନ୍ତାରେ ପକାଇଛି। ବ୍ୟାଟିଂ ବିଭାଗରେ ଦୁଇଟି ମ୍ୟାଚରୁ ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କଠାରୁ ମାତ୍ର ଦୁଇଟି ଅର୍ଦ୍ଧଶତକ ଦେଖିବାକୁ ମିଳିଛି। ଓପନର ରୋହିତ ଶର୍ମା ପ୍ରଥମ ମ୍ୟାଚରେ ୮ରନ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ୭୩ରନର ଇନିଂସ ଖେଳିଥିଲେ। ଗିଲ୍‌ ଦୁଇଟି ଇନିଂସରୁ ୧୯ରନ କରିଥିବାବେଳେ ବିରାଟ କୋହଲି ଦୁଇଟି ଯାକ ଇନିଂସରେ ଶୂନରେ ଆଉଟ୍‌ ହୋଇଛନ୍ତି। ଗିଲ୍‌ଙ୍କୁ ଉକ୍ତ ମ୍ୟାଚରେ ବିଶ୍ରାମ ମିଳିବା ନେଇ ଆଶା କରାଯାଉଥିବାବେଳେ ଯଶସ୍ବୀ ଜୟସୱାଲଙ୍କୁ ସୁଯୋଗ ମିଳିପାରେ।

- Advertisement -

ଶ୍ରେୟସ ଆୟର ପ୍ରଥମ ମ୍ୟାଚରେ ୧୧ରନ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ୬୧ରନ କରିଥିଲେ। ଲୋକେଶ ରାହୁଲ ଦୁଇଟି ମ୍ୟାଚରୁ ୪୯ରନ କରିଛନ୍ତି। ଅଲରାଉଣ୍ଡର ଭାବେ ଖେଳୁଥିବା ଅକ୍ଷର ପଟେଲ ଦୁଇଟି ମ୍ୟାଚରୁ ୭୫ରନ କରିଛନ୍ତି।ଅନ୍ୟମାନଙ୍କ ମଧ୍ୟରେ ୱାଶିଂଟନ ସୁନ୍ଦର ୨୧ ଓ ନୀତିଶ କୁମାର ରେଡ୍ଡି ୨୭ରନ କରିଛନ୍ତି। ଶେଷ ମ୍ୟାଚ ଜିତିବାକୁ ହେଲେ ଭାରତକୁ ବ୍ୟାଟିଂ ବିଭାଗରେ ବଡ଼ ସ୍କୋର କରିବାକୁ ପଡ଼ିବ। ବୋଲିଂ ବିଭାଗକୁ ଦେଖିବାକୁ ଗଲେ ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ହର୍ଷିତ ରାଣା ଦ୍ରୁତ ବୋଲିଂ ଭାର ସମ୍ଭାଳୁଛନ୍ତି। ଏହା ବାଦ୍‌ ସ୍ପିନର ଭାବେ ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର ରହିଛନ୍ତି। ଆଡିଲେଡ୍‌ରେ ଅର୍ଶଦୀପ ସିଂହ, ହର୍ଷିତ ରାଣା ଓ ୱାଶିଂଟନ ସୁନ୍ଦର ଦୁଇଟି ଲେଖାଏଁ ୱିକେଟ ନେଇଥିଲେ। ସ୍ପିନର ଭାବେ ଶେଷ ମ୍ୟାଚରେ କୁଳଦୀପ ଯାଦବ ଖେଳିବା ନେଇ ଆଶା କରାଯାଉଛି। ନୀତିଶ କୁମାର ରେଡ୍ଡିଙ୍କ ସ୍ଥାନରେ କୁଳଦୀପ ଓ ଅର୍ଶଦୀପ ସିଂହଙ୍କ ସ୍ଥାନରେ ପ୍ରସିଦ୍ଧ କୃଷ୍ଣଙ୍କୁ ସ୍ଥାନ ମିଳିବା ନେଇ ଆଶା କରାଯାଉଛି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରୁଛି। ଜୋଶ ହାଜେଲଉଡ୍‌, ମିଚେଲ ଷ୍ଟାର୍କ ,ମିଚେଲ ଓୱେନ,ଜାଭିୟର ବାର୍ଟଲିଟ୍‌ ଭଲ ପ୍ରଦର୍ଶନ କରୁଛନ୍ତି। ଦ୍ବିତୀୟ ମ୍ୟାଚରେ ଆଡାମ ଜାମ୍ପା ୪ଟି ୱିକେଟ ନେଇଥିଲେ। ଘରୋଇ ପିଚରେ ସ୍ପିନର ଓ ଦ୍ରୁତ ବୋଲରମାନେ ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି। ବ୍ୟାଟିଂରେ ଅଧିନାୟକ ମିଚେଲ ମାର୍ଶ , ଜୋଶ ଫିଲିପ୍ସ ପ୍ରଥମ ମ୍ୟାଚରେ ଭଲ ବ୍ୟାଟିଂ କରିଥିଲେ। ଦ୍ବିତୀୟ ମ୍ୟାଚରେ ମାଥ୍ୟୁ ସଟ ୭୪ ଓ କୁପର କନୋଲେ ୬୧ରନର ଅପରାଜିତ ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ। ଉଭୟ କ୍ଷେତ୍ରରେ ଦଳ ଭଲ ପ୍ରଦର୍ଶନ କରୁଥିବାରୁ ଶେଷ ମ୍ୟାଚକୁ ଜିତି ମୁଳପୋଚ୍ଛ କରିବାକୁ ଲକ୍ଷ୍ୟ ରଖିଛି। ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚରେ ଶୂନରେ ଆଉଟ ହୋଇଥିବା ବିରାଟ କୋହଲିଙ୍କ ପାଇଁ ଉକ୍ତ ମ୍ୟାଚ ଗୁରୁତ୍ବପୂର୍ଣ୍ଣ ହୋଇଥିବାବେଳେ ତାଙ୍କ ପ୍ରଦର୍ଶନ ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories