ଲକ୍ଷ୍ନୌ, ୨୪ା୧୦: ଲକ୍ଷ୍ନୌର ଅଲୀଗଂଜ ଉସ୍ମାନପୁର ଗାଁରେ ଶୁକ୍ରବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଅଟ୍ଟାଳିକାର ତୃତୀୟ ମହଲାରେ ନିଆଁ ଲାଗିବା ପରେ ଧୀରେ ଧୀରେ ବ୍ୟାପିବାକୁ ଲାଗିଥିଲା। ଘରର ସମସ୍ତ ସାମଗ୍ରୀ ଜଳି ନଷ୍ଟ ହୋଇଯାଇଛି। ଦମକଳ ବାହିନୀର ୭ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସମସ୍ତଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ତେବେ ଏହି ସମୟରେ ୪ ଦମକଳ କର୍ମୀ ଆହତ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି। ଅଗ୍ନିକାଣ୍ଡରେ ଆପାର୍ଟମେଣ୍ଟର ତୃତୀୟ ମହଲା ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଥିବାରୁ ଅନେକ କ୍ଷୟକ୍ଷତି ହୋଇଛି। ତେବେ ମୃତାହତ ନେଇ କୌଣସି ସୂଚନା ନାହିଁ।
Popular Categories



