www.samajalive.in
Sunday, December 7, 2025
13.1 C
Bhubaneswar

ବିଗୁଡ଼ୁଛି ସ୍ବାସ୍ଥ୍ୟସେବା: ରାଜ୍ୟ ସରକାର ତତ୍ପରତା ଦେଖାନ୍ତୁ

ରାଜ୍ୟରେ ଗରିବ ଜନସାଧାରଣଙ୍କ ଶେଷ ଭରସା ଥିବା ସରକାରୀ ଡାକ୍ତରଖାନାଗୁଡ଼ିକ ଆଜି ସେମାନଙ୍କୁ ନିରାଶ କରୁଛନ୍ତି। ରାଜ୍ୟର ସବୁଠାରୁ ବଡ଼ ଏବଂ ପ୍ରସିଦ୍ଧ କଟକ ଏସସିବି ମେଡିକାଲ କଲେଜରେ ୨୯ଟି ବିଭାଗରେ ୯୧ଟି ଗୁରୁତ୍ୱପୂର୍ଣ୍ଣ ମେସିନ ଅଚଳ ହୋଇ ପଡ଼ିବା ଏହାର ଏକ ଜ୍ବଳନ୍ତ ଉଦାହରଣ। ଏସସିବିରେ ସେଣ୍ଟ୍ରାଲ ଆଇସିୟୁ, ଟ୍ରମା ୱାର୍ଡ଼, ଲିଭର ଟ୍ରାନ୍ସପ୍ଲାଣ୍ଟ, କାର୍ଡ଼ିଓଲୋଜି ଭଳି ଜୀବନ ରକ୍ଷାକାରୀ ବିଭାଗରେ କୋଟି କୋଟି ଟଙ୍କାର ବିଦେଶୀ ମେସିନ ବିନା ରକ୍ଷଣାବେକ୍ଷଣରେ ନଷ୍ଟ ହୋଇଥିବା ଜଣାପଡ଼ିଛି। ଯଦି ରାଜ୍ୟର ଶୀର୍ଷ ଡାକ୍ତରଖାନାର ଏହି ଅବସ୍ଥା, ତେବେ ଜିଲା ହସ୍ପିଟାଲ, ସିଏଚ୍‌ସି ଏବଂ ପିଏଚ୍‌ସିଗୁଡ଼ିକର ଅବସ୍ଥା କିପରି ଥିବ ତାହା ସହଜରେ ଅନୁମାନ କରାଯାଇପାରେ। କହିବା ବାହୁଲ୍ୟ ଯେ ଜିଲାସ୍ତରରେ ଥିବା ମେଡିକାଲଗୁଡ଼ିକରେ ଆବଶ୍ୟକ ଚିକିତ୍ସା ନପାଇ ଲୋକେ ବଡ଼ ମେଡିକାଲକୁ ଭରସା କରିଥାନ୍ତି। କାରଣ ପ୍ରାୟ ଜିଲା ମୁଖ୍ୟାଳୟର ଡାକ୍ତରଖାନା ଗୁଡ଼ିକରେ ଏକ୍ସ-ରେ ମେସିନ, ସିଟି ସ୍କାନ ଭଳି ଜରୁରୀ ମେସିନ ଗୁଡ଼ିକ ଖରାପ ପଡ଼ିଥିବା ଭଳି ସମସ୍ୟା ଦେଖିବାକୁ ମିଳେ। ଗ୍ରାମାଞ୍ଚଳର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ କେଉଁଠି ଡାକ୍ତର ନାହାନ୍ତି, ଔଷଧ ନାହିଁ, ତ କେଉଁଠି ଆମ୍ବୁଲାନ୍ସ ସମୟରେ ମିଳେ ନାହିଁ। ଗର୍ଭବତୀ ମହିଳା ପ୍ରସବ ବେଦନାରେ ଘଣ୍ଟା ଘଣ୍ଟା ଅପେକ୍ଷା କରନ୍ତି, ଶିଶୁମାନେ ଜ୍ୱରରେ କଷ୍ଟ ପାଆନ୍ତି, ହେଲେ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୌଣସି ସୁବିଧା ମିଳିନଥାଏ।

ସରକାର ଲୋକଙ୍କୁ ଆୟୁଷ୍ମାନ କାର୍ଡ ଯୋଗାଇ ଦେଇ ନିଜର କର୍ତ୍ତବ୍ୟ ସାରିଦେବା ଉଚିତ ନୁହଁ। ସରକାରୀ ଚିକିତ୍ସାଳୟଗୁଡ଼ିକ ଯେଭଳି ଲୋକଙ୍କ ସେବା ଉପଯୋଗୀ ରହିବ ସେ କଥା ଦେଖିବା ଦରକାର। ଉଲ୍ଲଖଯୋଗ୍ୟ ସରକାରୀ ଡାକ୍ତରଖାନାର ଅବସ୍ଥା କେବଳ ମେସିନ୍‌ ଖରାପ ହେବାରେ ସୀମିତ ନୁହେଁ। ଡାକ୍ତର ଏବଂ ନର୍ସଙ୍କ ଅଭାବ ସବୁଆଡେ ​‌େ​‌ଦଖାଯାଏ। ଯେଉଁ ଡାକ୍ତର ଅଛନ୍ତି, ସେମାନେ ଶହ ଶହ ରୋଗୀଙ୍କୁ ଦେଖିବାକୁ ବାଧ୍ୟ, ଫଳରେ ପ୍ରତ୍ୟେକ ରୋଗୀ ମାତ୍ର ଦୁଇ ମିନିଟରୁ କମ୍ ସମୟ ପାଆନ୍ତି। ୱାର୍ଡଗୁଡ଼ିକରେ ଶଯ୍ୟା ଅଭାବରୁ ଅନେକ ରୋଗୀ ଚଟାଣରେ ଶୋଇଥାନ୍ତି। ଆହୁରି ଚିନ୍ତାଜନକ ବିଷୟ ହେଉଛି ଯେ ସରକାରୀ ଡାକ୍ତରଖାନାରେ ମେସିନଗୁଡ଼ିକୁ ଜାଣିଶୁଣି ଖରାପ କରାଯାଉଥିବା ଅଭିଯୋଗ ଉଠୁଛି। ସରକାରୀ ହସ୍ପିଟାଲର ସୁବିଧା ନଷ୍ଟ କରି ରୋଗୀଙ୍କୁ ବେସରକାରୀ ଚିକିତ୍ସାଳୟ ଆଡ଼କୁ ପଠାଇବାର ଏକ ଷଡଯନ୍ତ୍ର ଚାଲୁଛି ବୋଲି ସନ୍ଦେହ କରାଯାଉଛି। ଏହା କେବଳ ଦୁର୍ନୀତି ନୁହେଁ; ଗରିବ ଜନସାଧାରଣଙ୍କ ଜୀବନ ସହ ଖେଳ। ସରକାର ଏହି ଅଭିଯୋଗର ତୁରନ୍ତ ତଦନ୍ତ କରି ଯଦି ସତ୍ୟାସତ୍ୟ ଥାଏ ତେବେ ବିହିତ ପଦକ୍ଷେପ ନେବା ଜରୁରୀ। ପ୍ରତ୍ୟେକ ମେଡିକାଲରେ ଦକ୍ଷ ରକ୍ଷଣାବେକ୍ଷଣ କର୍ମଚାରୀ ନିଯୁକ୍ତ ହେବା ଦରକାର। ନିୟମିତ ଯାଞ୍ଚ ବ୍ୟବସ୍ଥା ହେବା ଉଚିତ। ଡାକ୍ତର ଏବଂ ନର୍ସଙ୍କ ପଦ ତୁରନ୍ତ ପୂରଣ ହେବା ସହ ଔଷଧ ଯୋଗାଣ ନିର୍ବିଘ୍ନ ରହିବା ଉଚିତ। ଦାୟିତ୍ୱହୀନ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ।

- Advertisement -

ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବା ଜନସାଧାରଣଙ୍କ ମୌଳିକ ଅଧିକାର। ସରକାରୀ ଚିକିତ୍ସା ବ୍ୟବସ୍ଥା ଗରିବଙ୍କ ଶେଷ ଆଶା। ଏହି ଆଶା ଭାଙ୍ଗିବା ଅର୍ଥ ସେମାନଙ୍କୁ ମୃତ୍ୟୁ ମୁଖକୁ ଠେଲିଦେବା। ରାଜ୍ୟ ସରକାର ଏହି ଦାୟିତ୍ୱହୀନତାକୁ ଗମ୍ଭୀରତାର ସହ ନେଇ ତୁରନ୍ତ ସଂସ୍କାର ଆଣିବା ଆବଶ୍ୟକ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories